Slide 0

ଆମ ଓଡ଼ିଶା ନବୀନ ଓଡ଼ିଶା, ଆଜିଠୁ ଅନୁଷ୍ଠିତ ହେବ ପଂଚାୟତସ୍ତରୀୟ ବିକାଶ ବାର୍ତ୍ତା

State

ଆଗରପଡ଼ା :ରବିବାର ଠାରୁ ପଂଚାୟତସ୍ତରୀୟ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ବିକାଶ ବାର୍ତ୍ତା ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ବିଡ଼ିଓଙ୍କ ସୂଚନା ଅନୁଯାୟୀ; ରବିବାର ବନ୍ତ ବ୍ଳକର ଗୋପିନାଥପୁର, ଅଣିଜୋ, ଚାରିଗାଁ ଓ ବଡ଼ମହିଁଷଗୋଠ, ମଙ୍ଗଳବାର ଆଡ଼ିଆ, ବିଟିପୁର, ରାମଚନ୍ଦ୍ରପୁର ଓ କାଦବରାଙ୍ଗ,ଗୁରୁବାର ଗଣିଜାଙ୍ଗ, ଛୟାଳସିଂ, ବନ୍ତ ଓ ବସନ୍ତିଆ, ଶନିବାର ରାମପୁର, ରାମକୃଷ୍ଣପୁର, କେନ୍ଦୁଆପଦା ଓ ତୋଡ଼ଗାଁ, ସୋମବାର ନିଳକ,ପଧାନପଡ଼ା,ଷେଣ୍ଢତିରା ଓ ଗୋବିନ୍ଦପୁର, ବୁଧବାର ବଡ଼ବର୍ଚ୍ଚିକୟାଁ, ପୁରୁଷଣ୍ଢ, ମହାନ୍ତିପଡ଼ା, ଶୁକ୍ରବାର ଟିଲୋ ଏବଂ ଓଡ଼ଙ୍ଗ ପଂଚାୟତରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ବିଭାଗ ପକ୍ଷରୁ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ନିଜର ସଫଳତାକୁ ପଂଚାୟତବାସୀଙ୍କ ନିକଟରେ ଉପସ୍ଥାପନା କରାଯିବା ସହ ବିକାଶର ବାର୍ତ୍ତା ପ୍ରେରଣ କରାଯିବାର ଯୋଜନା ରହିଛି ।