୪ 1536x1217

ସମଲେଇ ପୀଠରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

State

ସମ୍ବଲପୁର: ସକାଳୁ ସକାଳୁ ସମ୍ବଲପୁର ଗସ୍ତରେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ସମ୍ବଲପୁରରେ ପହଞ୍ଚି ପ୍ରଥମେ ମା’ ସମଲେଇଙ୍କୁ ଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ଏହାସହ ମହାନଦୀ ହାଫ୍ ମାରାଥନର କଲେ ଶୁଭାରମ୍ଭ । ପରେ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ଦାବି ପତ୍ର ଗ୍ରହଣ କରିଥିଲେ କାର୍ତ୍ତିକ ପାଣ୍ଡିଆନ୍।

ଗତକାଲି ରାତିରେ ସମ୍ବଲପୁରରେ ପହଞ୍ଚିବା ପରେ ଆଜି ସକାଳୁ ସକାଳୁ ପ୍ରଥମେ ମା’ ସମଲେଶ୍ୱରୀଙ୍କୁ ଦର୍ଶନ କରିଥିଲେ । ଏହାପରେ ମନ୍ଦିର ପରିସର ବୁଲି ଦେଖିବା ସହ ମନ୍ଦିରର ଉନ୍ନତିକରଣ ନେଇ ଟ୍ରଷ୍ଟ ବୋର୍ଡ ଏବଂ ସେବାୟତଙ୍କ ସହ ଆଲୋଚନା କରିଥିଲେ। ସମଲେଇ ପ୍ରକଳ୍ପ ବୁଲିବା ସହିତ କିଭଳି ସମଲେଇ ପ୍ରକଳ୍ପ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିପାରିବ ସେନେଇ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ୍। ସେଠାରୁ ସିଧାସଳଖ ଭୀମସାର ଷ୍ଟାଡିୟମରେ ପହଞ୍ଚି ସେଠାରେ ପିଲା ମାନଙ୍କ ସହ କିଛି ସମୟ କ୍ରିକେଟ୍ ଖେଳିଥିଲେ । ଏହାସହ ସେଠାରେ ଜିଲ୍ଲାର ସ୍ପୋର୍ଟସ୍ ଓ ଆଟଲେଟିକ କମିଟି ସଦସ୍ୟଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ଫାଇଭ୍-ଟି ଅଧ୍ୟକ୍ଷ ।

ଏହାପରେ ସବୁଜ ପତାକା ଦେଖାଇ ମହାନଦୀ ହାଫ୍ ମାରାଥନର ଶୁଭାରମ୍ଭ କରିଥିଲେ ଶ୍ରୀ ପାଣ୍ଡିଆନ । ଏହି ଅବସରରେ ଫାଇଭ-ଟି ଅଧ୍ୟକ୍ଷ କହିଛନ୍ତି, ବୁର୍ଲାରେ ଏକ ଇଣ୍ଡୋର ଷ୍ଟାଡିୟମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଠାରେ ଭଲ ସୁବିଧା ମଧ୍ୟ ରହିଛି । ସେପଟେ ମଣ୍ଡଳିଆ ପଡ଼ିଆରେ ସମ୍ବଲପୁର ଫୁଟବଲ ଏକାଡେମୀ କରାଯାଉଛି । ସେହିପରି ସମ୍ବଲପୁର ବିଶ୍ବବିଦ୍ୟାଳୟରେ ବହୁତ ବଡ କ୍ରୀଡା ଭିତ୍ତିଭୂମିର ବିକାଶ ମଧ୍ୟ କରାଯାଉଛି । ଏହାରିଭିତରେ ସମ୍ବଲପୁରରେ ଏକ ବଡ କ୍ରିକେଟ ଷ୍ଟାଡିୟମ କରିବା ପାଇଁ ଏବଂ ଏକ ଭଲ ଫୁଟବଲ ଷ୍ଟାଡିୟମ ତିଆରି କରିବା ପାଇଁ ଜାଗା ଚିହ୍ନଟ କରାଯାଉଛି ବୋଲି କହିଛନ୍ତି 5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ।

ସେପଟେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭୀମସାର ସୁପରିଟେଣ୍ଡେଟ ଓ ଅନ୍ୟ କର୍ମଚାରୀଙ୍କ ସହ ସମୀକ୍ଷା କରିଛନ୍ତି ଶ୍ରୀ ପାଣ୍ଡିଆନ । ଏହି ଅବସରରେ ଭୀମସାର ମେଡିକାଲ କଲେଜ ଯାଇ ସ୍ବାସ୍ଥ୍ୟସେବାର ସମୀକ୍ଷା କରିଥିଲେ 5T ଅଧ୍ୟକ୍ଷ। ହସ୍ପିଟାଲ ନିର୍ଦ୍ଦେଶକ ଓ ବରିଷ୍ଠ ଡାକ୍ତରଙ୍କ ସହ ସ୍ବାସ୍ଥ୍ୟସେବା ବାବଦରେ ଆଲୋଚନା କରିଥିଲେ। ଏଠାରେ ପ୍ରଥମ ପର୍ଯ୍ୟାୟରେ ୭୦୦ ବେଡ୍ ବିଶିଷ୍ଟ ମାତୃ ଓ ଶିଶୁ ଓ୍ବାର୍ଡର ସୁବିଧା ମିଳିବ। ମେଡିକାଲ ହଷ୍ଟେଲ କ୍ୟାମ୍ପସର ଉନ୍ନତିକରଣ ସହ ସ୍ପୋର୍ଟସ କକ୍ଲେକ୍ସ କରାଯିବ। ଏହାସହ କର୍ମଚାରୀଙ୍କ ପାଇଁ କ୍ବାର୍ଟର ସହ ଅନ୍ୟ ସୁବିଧା ଯୋଗାଇ ଦିଆଯିବ। ପ୍ରାଥମିକ ପର୍ଯ୍ୟାୟରେ ହଜାରେ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଯୋଜନା ହୋଇଛି। ଏଥିପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି 5T ଅଧ୍ୟକ୍ଷ ।