Onn 3

ସାମ୍ବାଦିକ ରଞ୍ଜନ ମହାନ୍ତିଙ୍କୁ ଝୁରୁଛି ବେତନଟୀ, ଲୋକାର୍ପିତ ହେଲା ଶ୍ରାଦ୍ଧବାର୍ଷିକୀ ବିଷେଶାଙ୍କ ସ୍ମୃତି ରଞ୍ଜନ

State

ବାରିପଦା: ସମୟର ସ୍ରୋତରେ ଭାଷିଯାଇଛି ଅନେକ ଅନୁଭୂତି । ସମ୍ବାଦ, ଆମ ଓଡିଶା ଓ ସମ୍ବାଦ ସାହିତ୍ୟଘର କୁ ଅନେକ ଅବଦାନ ଥିବା ତଥା ଗ୍ରାମାଞ୍ଚଳ ରେ ଏହାର ପରିଚୟକୁ ପାଥେୟ କରି ଜୀବନକୁ ଚରିତାର୍ଥ କରିଥିବା ଭଳି ବ୍ୟକ୍ତିତ୍ଵ ଥିଲେ ସେ। ବାୟୁସେନାରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିବା ପରେ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ସ୍ଵତନ୍ତ୍ର ପରିଚୟ ଦେଇଥିଲା ଓଡିଆ ଦୈନିକ ଖବର କାଗଜ ସମ୍ବାଦ । ସମ୍ବାଦ ଖବରକାଗଜ ସହିତ ଆମ ଓଡିଶାର ରକ୍ତଦାନ ଶିବିର ଓ ସମ୍ବାଦ ସାହିତ୍ୟଘରରେ ରଞ୍ଜିତ ହୋଇଛି ଦିବଂଗତ ସାମ୍ବାଦିକ ରଞ୍ଜନ କୁମାର ମହାନ୍ତିଙ୍କ ନାମ। ରକ୍ତଦାନ ତଥା ଏସବୁ କ୍ଷେତ୍ରରେ ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି। ଇତି ମଧ୍ୟରେ ବିତିଯାଇଛି ଯାଇଛି ଗୋଟିଏ ବର୍ଷ । ଜଣେ ଦକ୍ଷ ସାମ୍ବାଦିକ ତଥା ସମାଜସେବୀକୁ କେବଳ ବେତନଟୀ ଅ ଳ ହରାଇ ନାହିଁ, କୋଟିନିଧି ହରାଇଛି ସମ୍ବାଦ ପରିବାର ମଧ୍ୟ । ସ୍ୱର୍ଗତଃ ରଞ୍ଜନ କୁମାର ମହାନ୍ତିଙ୍କ ଗଠନମୂଳକ କାର୍ଯ୍ୟ ପାଇଁ ଆଜି ମଧ୍ୟ ଝୁରୁଛି ବେତନଟୀ ମାଟି । ଯାହାର ପ୍ରତି ଫଳନ ଆଜିର ସ୍ମୃତି ସଭାରେ ଦେଖିବାକୁ ମିଳିଥିଲା। ବେତନଟୀ ବ୍ଲକ ସାମ୍ବାଦିକ ସଂଘର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ଅଜୟ କୁମାର କରଙ୍କ ଅଧ୍ୟକ୍ଷତାରେ ବେତନଟୀ ଧର୍ମଶାଳାଠାରେ ଅନୁଷ୍ଠିତ ବିଶାଳ ସ୍ମୃତି ସଭାରେ ଭାବମୟ, ଭକ୍ତିମୟ ତଥା ଶ୍ରଦ୍ଧାଞ୍ଜଳି ଜ୍ଞାପନ ପାଇଁ ବହୁ ଜନସମାଗଗମ ଦେଖିବାକୁ ମିଳିଥିଲା । ଏହି ସଭାରେ ମୁଖ୍ୟଅତିଥି ଭାବରେ ସମ୍ବାଦ ବାଲେଶ୍ଵର ସଂସ୍କରଣର ମୁଖ୍ୟ ଗୌତମ ଶଙ୍କର ଯୋଗଦେଇ ସ୍ବର୍ଗତଃ ମହାନ୍ତିଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କର କାର୍ଯ୍ୟ ଦକ୍ଷତା, କ ତ୍ତ୍ତବ୍ୟନିଷ୍ଠା, ସମୟାନୁବତ୍ତିତା, ସଂକଳ୍ପବଦ୍ଧତା ଆଦି ତାଙ୍କୁ ଚିର ସ୍ମରଣୀୟ କରିପାରିବ ବୋଲି ଅଭିବ୍ୟକ୍ତି ପ୍ରଦାନ କରିଥିଲେ ।

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବକ୍ତା ଭାବରେ ଡକ୍ଟର ବିଜୟ କୁମାର ଅଗ୍ରୱାଲ, ସମ୍ମାନିତ ଅତିଥି ଭାବରେ ପଦ୍ମମାଳୀ ମହିଳା ସଂଗଠନର ସଭାପତି ପ୍ରଫେସର ସଂଯୁକ୍ତା ଜୀ, ବରିଷ୍ଠ ସାମ୍ବାଦିକ ହରିଶଚନ୍ଦ୍ର ନନ୍ଦଗୋସ୍ଵାମୀ, ଶିକ୍ଷାବିତ ସାହିତ୍ୟିକ ଭାସ୍କର ଦ୍ବିବେଦୀ, ବରିଷ୍ଠ ନାଗରିକ ସଂଘର ସମ୍ପାଦକ ଜୟନ୍ତ କୁମାର ପଟ୍ଟନାୟକ, ବେତନଟୀ ବ୍ଲକ ସମ୍ବାଦ ସାହିତ୍ୟଘରର ସଭାପତି ଡକ୍ଟର ମନ୍ଦାକିନୀ ସାହୁ, ସମ୍ପାଦିକା ସବିତା ମହାନ୍ତି, ପାକ୍ତନ ପ୍ରଶାସିଜା ମାହେଶ୍ବରୀ ସେଠୀ, ଯୁବସଂଗଠକ ଲାଲାଟେନ୍ଦୁ ବେହେରା, ସାମ୍ବାଦିକ ସର୍ବେଶ୍ବର ମହାନ୍ତ, ପ୍ରଜାପିତା ବ୍ରହ୍ମକୁମାରୀର ସବିତା ଭଉଣୀ, ବନିତା ଭଉଣୀ ପ୍ରମୁଖ ଯୋଗଦାନ କରିଥିଲେ । ମଞାସିନ ଅତିଥି ମାନଙ୍କ ଦ୍ଵାରା କବି ମନୋଜ କୁମାର ମହାନ୍ତଙ୍କ ସମ୍ପାଦିତ ଶ୍ରାଦ୍ଧବାର୍ଷିକୀ ବିଷଶାସ୍ତ୍ର ତଥା ଶ୍ରଦ୍ଧାଞ୍ଜଳି ପୂର୍ଣ୍ଣ ପୁସ୍ତକ ସ୍ମୃତି ରଞ୍ଜନ ଲୋକାର୍ପିତ ହୋଇଥିଲା । ଏହି ପୁସ୍ତକକୁ ସାହିତ୍ୟିକ ପର୍ଶୁରାମ ସାହୁ ସମୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମକୁ ପଦ୍ମମାଳୀ ମହିଳା ସଂଗଠନର କାର୍ଯ୍ୟକାରୀ ସଭାପତି ଗୀତାଞ୍ଜଳି ଭୂୟାଁ, ମିନାକ୍ଷୀ ପରିଡା, ରଞ୍ଜିତା କର, ମନିଲତା ବଳା, ଅନିନ୍ଦିତା ସାହୁ, ବିନୋଦିନୀ ମହାନ୍ତ, ମନରୋମ ସାହୁ, ସସ୍ମିତା ସାହୁ, ମିନତି ସାହୁ, ମନ୍ଦାକିନୀ ସାହୁ, ରଶ୍ମିତା ଦାସ, ମାଳତୀ ମଞ୍ଜରୀ ଦାସ, ସୁନିତା ଦାଶ, କୁମୁଦିନି ମହାନ୍ତ, ପିଙ୍କି ଶାହା, ସସ୍ମିତା ଧଳ ମହାନ୍ତ ଓ ବେତନଟୀ ବ୍ଲକ ସାମ୍ବାଦିକ ସଂଘର ସମସ୍ତ କାର୍ଯ୍ୟକତା ସକ୍ରୀୟ ସହଯୋଗ କରିଥିଲେ। ଶେଷରେ ଦିବଂଗତ ସାମ୍ବାଦିକ ରଞ୍ଜନ କୁମାର ମହାନ୍ତିଙ୍କ ଧର୍ମପତ୍ନୀ ପ୍ରଭାତୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।