Photo For The News Of Meeting

ବ୍ଲକସ୍ତରୀୟ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ସମ୍ମିଳନୀ

State

ଆଗରପଡ଼ା :ବ୍ଲକସ୍ତରୀୟ ୫ମ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ସମ୍ମିଳନୀ ଆଗରପଡ଼ା କୃଷ୍ଣ ଚରଣ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀକୁ ବ୍ଲକ ଶିକ୍ଷାଧିକାରିଣୀ ମଂଜୁଳାବାଳା ନାୟକ ଉଦ୍‌ଘାଟନ କରିଥିବା ବେଳେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ,ପ୍ରମୋଦ ପଣ୍ଡା,କେନ୍ଦୁଆପଦା ହାଇସ୍କୁଲ ପ୍ରଧାନଶିକ୍ଷକ ଶଶି ଶେଖର କରଶର୍ମା ଓ କୃଷ୍ଣ ଚରଣ ବିଦ୍ୟାମନ୍ଦିର ପ୍ରଧାନ ଶିକ୍ଷକ ଶରତ ଯେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଆୟୋଜିତ ସମ୍ମିଳନୀରେ ଆସନ୍ତା ମ୍ୟାଟ୍ରିକ୍ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତି,ମ୍ୟାଟ୍ରିକ୍ ପରୀକ୍ଷା ପ୍ରସ୍ତୁତି ଓ ନିଆଯାଇଥିବା ସ୍ୱତନ୍ତ୍ର ପଦକ୍ଷେପ,ଅର୍ଦ୍ଧବାର୍ଷିକ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ଅନୁପସ୍ଥିତି,ବାର୍ଷିକ ହାଇସ୍କୁଲ ପରୀକ୍ଷାରେ ଶତ ପ୍ରତିଶତ ଉପସ୍ଥିତି ସୁନିଶ୍ଚିତ କରିବା,୧୦ମ ଶ୍ରେଣୀ ସଂଶୋଧିତ ମୂଲ୍ୟାଙ୍କନରେ ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କ ନାମଲେଖା,ଏସଆଇଓଏସ ଶ୍ରେଣୀ ପରିଚାଳନାର ସ୍ଥିତି,ପ୍ରଧାନଶିକ୍ଷକଙ୍କ ଆୟୋଜକ ବିଦ୍ୟାଳୟ ପରିଦର୍ଶନ,ପୂର୍ବ ବୈଠକର ପ୍ରସ୍ତାବ ଉପରେ କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଏବଂ ବିଇଓଙ୍କ ନିଷ୍ପତି ଅନୁଯାୟୀ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରେ ଆଲୋଚନା ହୋଇଥିଲା । ଏଥିରେ ବ୍ଲକର ସମସ୍ତ ହାଇସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।