Img 20240210 Wa0230

ଜାତୀୟ ସେବା ଯୋଜନା ପାଣ୍ଠିର ବିନିଯୋଗ ନିମନ୍ତେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

State

ବାରିପଦା: ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ରେ ମୟୂରଭଞ୍ଜ ଓ କେଉଁଝର ସମସ୍ତ କଲେଜ ର କାର୍ଯ୍ୟକ୍ରମ ଅଧିକାରୀ ଓ ତାଙ୍କ ସହଯୋଗୀ ମାନଙ୍କୁ ନେଇ ୨ ଦିନିଆ ପ୍ରଶିକ୍ଷଣ ଶିବିର ଜିରୋ ବାଲାନ୍ସ ସହାୟକ ଆକାଉଣ୍ଟ ଓ ଜନସାଧାରଣ ଆର୍ଥିକ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ଜାତୀୟ ସେବା ଯୋଜନା ପାଣ୍ଠିର ଉପଯୋଗ କିପରି କରିବା ତା ଉପରେ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମ ଦିନ ମୟୂରଭଞ୍ଜ ଜିଲ୍ଲା ର ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟ, ଶ୍ରୀମା କଲେଜ, ସରକାରୀ ମହିଳା ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ମହାବିଦ୍ୟାଳୟ ର ୫୭ ଜଣ କାର୍ଯ୍ୟକ୍ରମ ଅଧିକାରୀ ଓ ତାଙ୍କ ସହଯୋଗୀ ଓ ଦ୍ବିତୀୟ ଦିନରେ କେଉଁଝର କଲେଜ ର ୩୪ ଜଣ କାର୍ଯ୍ୟକ୍ରମ ଅଧିକାରୀ ଓ ତାଙ୍କ ସହଯୋଗୀ ମାନଙ୍କୁ ନେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଥମେ ବିଶ୍ଵବିଦ୍ୟାଳୟ ର କାର୍ଯ୍ୟକ୍ରମ ଅଧିକାରୀ ଡଃ ବିଷ୍ଣୁ ପ୍ରିୟା ହାଁସଦା ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ। ପରେ ପରେ ଜାତୀୟ ସେବା ଯୋଜନାର ସେଛ୍ବାସେବୀ ମାନେ ଜାତୀୟ ସେବା ଯୋଜନାର ସଂଗୀତ ଗାନ କରିଥିଲେ, ତାପରେ ଜାତୀୟ ସେବା ଯୋଜନାର ବ୍ୟୁରୋ ସଂଯୋଜକ ଡଃ ବସନ୍ତ କୁମାର ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଅତିଥି ରୂପେ ବିଶ୍ଵବିଦ୍ୟାଳୟର କୁଳସଚିବ ଶ୍ରୀ ସହଦେବ ସମାଧିଆ ଓ ବିତାଧିକାରୀ ଶ୍ରୀ ସୁକଦେବ ତରାଇ ଯୋଗଦାନ କରିଥିଲେ। ତାପରେ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ, ଭବାନୀପାଟଣା ରୁ ଆସିଥିବା ପ୍ରଶିକ୍ଷକ ଶ୍ରୀ ଅଜିତ କୁମାର ବାଇଥାରୁ ସମସ୍ତ କାର୍ଯ୍ୟକ୍ରମ ଅଧିକାରୀ ଓ ତାଙ୍କ ସହଯୋଗୀ ମାନଙ୍କୁ ନେଇ ଦୁଇଦିନ ଧରି ଜିରୋ ବାଲାନ୍ସ ସହାୟକ ଆକାଉଣ୍ଟ (ZBSA) ଓ ଜନସାଧାରଣ ଆର୍ଥିକ ପରିଚାଳନା ବ୍ୟବସ୍ଥା (PFMS) ମାଧ୍ୟମରେ ଜାତୀୟ ସେବା ଯୋଜନା ପାଣ୍ଠିର ଉପଯୋଗ ଉପରେ ତାଲିମ ଦେଇଥିଲେ। ଏହି କାର୍ଯ୍ୟକ୍ରମଟିର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସରକାରଙ୍କ ଦ୍ଵାରା ଜାତୀୟ ସେବା ଯୋଜନାକୁ ଆସୁଥିବା ପାଣ୍ଠିର କିପରି ବିନିଯୋଗ କରିବା। ପରିଶେଷରେ ଜିଲ୍ଲା ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡଃ ଅନାମ ଚରଣ ରାଉଳ ସମସ୍ତ ଅତିଥି, କାର୍ଯ୍ୟକ୍ରମ ଅଧିକାରୀ ଓ ତାଙ୍କ ସହଯୋଗୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।