Baliapada Gp Re Ama Odisha Nabin Odisha

ଆମ ଓଡିଶା ନବୀନ ଓଡିଶାରେ ଭିତ୍ତିଭୂମି ବିକାଶ ସଂକ୍ରାନ୍ତ ସଚେତନତା

State

ନିଶ୍ଚିନ୍ତକୋଇଲି : କୋଲଣପୁର ପଂଚାୟତସ୍ଥିତ କୁଳିଆ, ରଘୁନାଥଜୀଉ ମେଲଣପଡିଆଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ରାଜ୍ୟରେ ହୋଇଥିବା ଭିତ୍ତିଭୂମିର ବିକାଶ ସଂକ୍ରାନ୍ତରେ ଜନସଚେତନତା ସୃଷ୍ଟି ହୋଇଛି । ସରପଂଚ ଗୋପବନ୍ଧୁ ସେଠୀଙ୍କ ସଭାପତିତ୍ୱ ଏବଂ ପ୍ରଶାନ୍ତ କୁମାର ଜେନାଙ୍କ ସଂଯୋଜନାରେ ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ,ସମ୍ମାନୀତ ଅତିଥି ଭାବେ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ଜିଲ୍ଲାପରିଷଦ ସଭ୍ୟ ବିଳାସ ଭୋଇ, ବିଡିଓ ଧର୍ମରଂଜନ ପଣ୍ଡା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରିଶ ରଂଜନ ମହାପାତ୍ର, ବିଜେଡି କୃଷକ ସଂଗଠନର ସଭାପତି ଜ୍ୟୋତିପ୍ରକାଶ ସ୍ୱାଇଁ, ସିଡିପିଓ ସତ୍ୟଭାମା ବିଶୋଇ, ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ ମିଶ୍ର, ବ୍ଲକ ମହିଳା ସଂଘ ସଭାନେତ୍ରୀ କନକଲତା ଭୂୟାଁ, ପଂଚାୟତ ସଭାପତି ପ୍ରେମାନନ୍ଦ ଜେନା, ଯତୀନ୍ଦ୍ରନାଥ ଜେନା, ପ୍ରହଲ୍ଲାଦ ନାୟକ, ଚିତ୍ତରଂଜନ ଜେନା ପ୍ରମୁଖ ଯୋଗଦେଇଥିଲେ ।

ସେହିପରି ବାଲିଆପଦା ପଂଚାୟତରେ ସରପଂଚ ଜୟନ୍ତୀ ଜେନାଙ୍କ ସଭାପତି ଏବଂ ପୂର୍ବତନ ସରପଂଚ କୈଳାସ ସାମନ୍ତରାୟଙ୍କ ସଂଯୋଜନାରେ ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ସମ୍ମାନୀତ ଅତିଥି ଭାବେ ଉପାଧ୍ୟକ୍ଷ ଅଶୋକ ଓଝା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରିଶ ରଂଜନ ମହାପାତ୍ର, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି ,ଯୁବନେତା ଜ୍ୟୋତିପ୍ରକାଶ ସ୍ୱାଇଁ, ବିଜେଡି ମହିଳା ସଂଗଠନର ସଭାନେତ୍ରୀ ରେଖାରାଣୀ ସାମନ୍ତରାୟ, ଜିଲ୍ଲାପରିଷଦ ସଭ୍ୟା ଜସ୍ମିତା ସେଠୀ, ସମିତିସଭ୍ୟ ରାଜେଶ ବେହେରା, ଅଲେଖ ଚନ୍ଦ୍ର ସାମଲ,ଅରୁଣ ସାମନ୍ତରାୟ, ଲକ୍ଷ୍ମୀଧର ଲେଙ୍କା, ଜତୀନ୍ଦ୍ର ସାମନ୍ତରାୟ, ହରେକୃଷ୍ଣ ମହନ୍ତ, ଜଳଧର ଦାସ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ପଂଚାୟତର ବହୁ ବୟୋଜ୍ୟେଷ୍ଠ ମୁରବୀ ଓ ପୂର୍ବତନ ଜନପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Kolanapur Gp Re Ama Odisha Nabin Odisha