Jignipur School Re Adra Bhumija Sarakshyana

ଜିଗ୍ନିପୁର ସ୍କୁଲରେ ଆର୍ଦ୍ରଭୂମି ସଂରକ୍ଷଣ ସଚେତନତା

State

ନିଶ୍ଚିନ୍ତକୋଇଲି  : ଜିଗ୍ନିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ହେମନ୍ତ କୁମାର ରାଉତଙ୍କ ସଭାପତିତ୍ୱରେ ଆଦ୍ରଭୂମି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସରପଂଚ ତିଳୋତ୍ତମା ରାଉତ ଯୋଗଦେଇ ବିଭିନ୍ନ ସ୍ଥାନରେ ରହିଥିବା ହ୍ରଦ, ଜଳାଶ୍ରୟ ଇତ୍ୟାଦି ପୋତି ହୋଇଯିବାରୁ ଜଳସ୍ତର କମିଯିବା ଫଳରେ ଗ୍ରୀଷ୍ମଦିନେ ଜଳର ଅଭାବ ପରିଲକ୍ଷିତ ହେଉଛି । ଗାଁ ଗହଳି ଗୁଡିକରେ ଥିବା ଜଳଶ୍ରୟ ଗୁଡିକୁ ପୋତା ନଯାଇ କିଭଳି ଏଥିରେ ଜଳଭର୍ତ୍ତି ହୋଇ ରହିବ ସେଥିପ୍ରତି ଦୃଷ୍ଟିଦେବା ପାଇଁ ସଚେତନତା କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଗ୍ରୀନ୍ ଭିଜନର ଅଧ୍ୟକ୍ଷ ପରିବେଶବିତ୍ ବଳରାମ ପାତ୍ର ଯୋଗଦେଇ ଜଳସଂକଟ ଦୂର କରିବା ପାଇଁ ଆର୍ଦ୍ର ଭୂମିର ସଂରକ୍ଷଣ ଅପରିହର୍ଯ୍ୟ ସଂକ୍ରାନ୍ତରେ ଆଲୋକପାତ କରିଥିଲେ ।

ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ଶିକ୍ଷକ ଉତ୍ସବ ଚରଣ ଦାସ, ଯୁବସ୍ୱେଚ୍ଛାସେବୀ ଦୀପକ କୁମାର ପରିଡା, ସ୍କୁଲ ପରିଚାଳନା କମିଟି ସଭାପତି ଭବାନୀ ପାଣିଗ୍ରାହୀ, ସନ୍ତୋଷ କୁମାର ଦାସ, ଶିକ୍ଷକ ସରୋଜ କୁମାର ମହାପାତ୍ର, ଗୀତାଞ୍ଜଳୀ ରାଉତ,ବର୍ଷାରାଣୀ ଦାସ, ମାନସୀ ସ୍ୱାଇଁ, ମଧୁସ୍ମିତା ମହାପାତ୍ର, ସୁରେଖା ମିଶ୍ର, ଭାନୁପ୍ରିୟା ମିଶ୍ର, ପୁଷ୍ପାଞ୍ଜଳୀ ପରିଡା, କବିତା ଦାସ ଆଦି ଯୋଗଦେଇଥିଲେ । ଏହି ଅବସରରେ ହୋଇଥିବା ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷୟିତ୍ରୀ ଭାରତୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।