Untitled 44 730x430 1.jpg

ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପିକୁ ନୂଆ ଦଳୀୟ ଚିହ୍ନ ପାଇଁ ୩ ଦିନ ସମୟ ଦେଲେ ନିର୍ବାଚନ କମିସନ

National & International

 

Untitled-44-730x430

ମୁମ୍ବାଇ: ମହାରାଷ୍ଟ୍ରରେ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପିକୁ ବଡ଼ ଝଟକା ଲାଗିଛି । ଅଜିତ ପାୱାରଙ୍କ ଏନସିପିକୁ ଅସଲ ଏନସିପି ବୋଲି ସ୍ୱୀକୃତି ଦେଇଛନ୍ତି ନିର୍ବାଚନ କମିସନ। କମିସନ କହିଛନ୍ତି, ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି। ଏବେ ଅଜିତ ପାୱାର ଗୋଷ୍ଠୀ ଏନସିପିର ନାଁ ଓ ନିର୍ବାଚନ ଚିହ୍ନ ବ୍ୟବହାର କରିପାରିବେ।

ଏବେ ଶରଦ ପାୱାର ଗୋଷ୍ଠୀ ନୂଆ ଚିହ୍ନ ଓ ନାଁ ପାଇଁ ଆବେଦନ କରିବେ । ଏଥିପାଇଁ ବୁଧବାର ଦିନ ୩ଟା ଯାଏଁ ସମୟ ଦିଆଯାଇଛି । ୬ ମାସରୁ ଅଧିକ ସମୟ ଧରି ଚାଲିଥିବା ଶୁଣାଣିରେ ବିବାଦ ନେଇ ୧୦ ଥର ବୈଠକ କରିଥିଲେ ନିର୍ବାଚନ କମିସନ ।

କମିସନ କହିଛନ୍ତି, ଅଜିତ ପାୱାର ଗୋଷ୍ଠୀ ପାଖରେ ଏନସିପିର ସଙ୍ଗଠନାତ୍ମକ ବହୁମତ ରହିଛି । ଶରଦ ପାୱାର ଗୋଷ୍ଠୀ ଏଥିରେ ଅସଫଳ ହୋଇଛି। ନିର୍ବାଚନ କମିସନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଏନସିପିର ଶରଦ ପାୱାର ଗୋଷ୍ଠୀ ସୁପ୍ରିମକୋର୍ଟ ଯିବ ବୋଲି କହିଛି । ଗତବର୍ଷ ଅଜିତ ପାୱାର ଏନସିପିକୁ ଭାଙ୍ଗି ନିଜ ଗୋଷ୍ଠୀ ଗଠନ କରି ବିଜେପି-ଶିବସେନା (ସିନ୍ଧେ ଗୋଷ୍ଠୀ) ସରକାରରେ ସାମିଲ ହୋଇଥିଲେ। ସେ ଏବେ ମହାରାଷ୍ଟ୍ର ସରକାରରେ ଉପମୁଖ୍ୟମନ୍ତ୍ରୀ ଅଛନ୍ତି।