Weat.webp.webp

ରାଜ୍ୟରେ ଶୀତ ଉଭାନ

State

 

weat

ଭୁବନେଶ୍ବର: ରାଜ୍ୟରେ ଏବେ ଶୀତ ଗାଏବ ଥିବାବେଳେ, ବୃଦ୍ଧି ପାଉଛି ତାପମାତ୍ରା । ଏବେଠାରୁ ଅସହ୍ୟ ଗରମ ହେବା ଆରମ୍ଭ ହେଲାଣି । ଦିନ ଦ୍ବିପ୍ରହରେ ବେଳକୁ ପାରଦ ସାମାନ୍ୟ ଠାରୁ ଅଧିକ ରହୁଛି । କେବଳ ଦିନ ନୁହେଁ, ରାତିରେ ବି ଅସ୍ୱାଭାବିକ ତାପମାତ୍ରା ରହୁଛି । ସେହିପରି ରାତିରେ ମଧ୍ୟ ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହୁଛି ତାପମାତ୍ରା ।

ପାରଳାଖେମୁଣ୍ଡି, ଭବାନୀପାଟଣାରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ରେ ପହଞ୍ଚିଥିବାବେଳେ, ଟିଟିଲାଗଡ଼ ଓ ମାଲକାନଗିରିରେ ତାପମାତ୍ରା ୩୪.୫ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱର ତାପମାତ୍ରା ୩୪.୪ ଡିଗ୍ରୀ ରହିଛି । ଯାହା ସ୍ୱାଭାବିକଠାରୁ ୪ ଡିଗ୍ରୀ ଅଧିକ ଅଟେ ।

ପାଣିପାଗ ବିଭାଗ ଅନୁଯାୟୀ ଆଗାମୀ ଦିନରେ ମଧ୍ୟ ଶୀତର ପ୍ରଭାବ ବିଶେଷ ନଥିବାରୁ ଏପରି ତାପମାତ୍ରା ଦେଖିବାକୁ ମିଳିପାରେ । ଓଡିଶା ପାର୍ଶ୍ବବର୍ତ୍ତୀ ବଙ୍ଗୋପସାଗରରେ ଏକ ଗୁରୁଚାପ ସୃଷ୍ଟି ଯୋଗୁଁ ଶୁଷ୍କ ଜଳୀୟ ବାଷ୍ପ ବହୁ ପରିମାଣରେ ରାଜ୍ୟ ଭିତରକୁ ପ୍ରବେଶ କରୁଛି । ଏଣୁ କୁହୁଡ଼ି ଓ ତାପମାତ୍ରା ରେ ବୃଦ୍ଧି ଘଟୁଛି ।

ବିଭିନ୍ନ ସ୍ଥାନରେ ୨୦ ଡିଗ୍ରୀ ଉପରେ ରେକର୍ଡ ହୋଇଥିବା ରାତ୍ରି ତାପମାତ୍ରା-
ପୁରୀରେ ରାତିର ତାପମାତ୍ରା ୨୪.୧ ଡିଗ୍ରୀ ରେକର୍ଡ ହୋଇଥିବାବେଳେ, ପାରାଦୀପରେ ୨୩.୫, ଭୁବନେଶ୍ୱରରେ ୨୩.୫, ଚାନ୍ଦବାଲିରେ ୨୨.୮, କେନ୍ଦ୍ରାପଡ଼ାରେ ୨୧.୬, ଗୋପାଳପୁରରେ ୨୨.୩, କଟକରେ ୨୨.୨, ବାଲେଶ୍ୱରରେ ୨୦.୩, ଟିଟିଲାଗଡ଼ରେ ୨୧.୫, ଢେଙ୍କାନାଳରେ ୨୧.୨, ଭଦ୍ରକରେ ୨୧.୪, ଯାଜପୁରରେ ୨୧.୫, ମାଲକାନଗିରିରେ ୨୦.୫, ଦେବଗଡରେ ୨୦.୫, ହିରାକୁଦରେ ୨୦.୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି ।

ଫେବୃଆରୀ ୧୦ ତାରିଖରୁ ଗରମ କମିବା ସହ ପାଗ ବଦଳିବା ସମ୍ଭାବନା ଅଛି । ଆଭ୍ୟନ୍ତରୀଣ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୧ରେ ସୁନ୍ଦରଗଡ, ବରଗଡ଼, ସମ୍ବଲପୁର, ନୂଆପଡା, ବଲାଙ୍ଗୀର, କେନ୍ଦୁଝର ଆଦି ଜିଲ୍ଲା ଗୁଡିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଆଗମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ ବିଶେଷ ପରିବର୍ତ୍ତନ ନାହିଁ । ତେବେ ୧୦ ବେଳକୁ ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ହେଲେ ତାପମାତ୍ରାରେ ଆସିପାରେ ପରିବର୍ତ୍ତନ ।