Img 20240202 Wa0184

ସାଧାରଣ ନିର୍ବାଚନକୁ ତ୍ରୁଟି ମୁକ୍ତ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ରାଜନୈତିକ ଦଳ ବୈଠକ ଅନୁଷ୍ଠିତ

State

ବାରିପଦା:  ଜିଲ୍ଲାରେ ଆଗାମୀ ସାଧାରଣ ନିର୍ବାଚନକୁ ତ୍ରୁଟି ମୁକ୍ତ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ଆଶିଷ ଠାକରେ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ଏକ ସର୍ବଦଳୀୟ ରାଜନୈତିକ ଦଳ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲାଯେ ସମସ୍ତ ନୂତନ ଯୁବ ମତଦାତା ମାନଙ୍କୁ ଏହି ନିର୍ବାଚନରେ ଅଧିକରୁ ଅଧିକ ସାମିଲ କରାଇବା ଏବଂ ତତ ସହିତ ସେମାନଙ୍କ ଉପସ୍ଥିତି ପାଇଁ ସମସ୍ତ ରାଜନୀକ ଦଳ ମାନଙ୍କର ସହଯୋଗ। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀ ଠାକରେ ସର୍ବଦଳୀୟ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ଏହି ନିର୍ବାଚନର କାର୍ଯ୍ୟକାରିତା ଏବଂ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇ କହିଥିଲେଯେ ଏହି ନିର୍ବାଚନରେ ଅଧିକରୁ ଅଧିକ ଯୁବ ଭୋଟର ସାମିଲ ହେବା ସହିତ, ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକ ମାନଙ୍କ ମତ ଅତୟନ ଗୁରୁତ୍ୱପୂର୍ଣ୍ଣ। ଏଣୁ ସମସ୍ତ ରାଜନୈତିକ ଦଳକୁ ଅନୁରୋଧ କର ଯାଉଛିଯେ ସେମାନେ ପ୍ରତ୍ୟେକ ପୋଲିଂ ବୁଥରେ ନିଜ ଦଳୀୟ ବୁଥ ସ୍ତରୀୟ ପ୍ରତିନିଧି ନିୟୋଜିତ କରିବେ। ଏହି ବୁଥ ସ୍ତରୀୟ ପ୍ରତିନିଧି ମାନେ ସମସ୍ତ ନିର୍ବାଚନର ନିୟମକୁ ଆଧାର କରି ନାଗରିକ ମାନଙ୍କୁ ମତଦାନ ସମ୍ପର୍କରେ ସମସ୍ତ ତଥ୍ୟ ଅବଗତ କରାଇବେ। ଅଶୀ ବର୍ଷ ବୟସରୁ ଅଧିକ ବରିଷ୍ଠ ନାଗରିକ ମାନଙ୍କୁ ଭୋଟ ଦେବା ରେ ସାହାଯ୍ୟ କରିବା ସହିତ ମତଦାନ ଏବଂ ଇଭିଏମ- ଭିଭିପ୍ୟାଟ ର ସଠିକ ବ୍ୟବହାର ବିଷୟରେ ଅବଗତ କରାଇବେ।

ସୂଚନା ଥାଉକି, ଜିଲ୍ଲାପାଳ, ସମସ୍ତ ମତଦାତା ମାନଙ୍କର ବିବରଣୀ ନିର୍ଭୁଲ ଭାବେ ପ୍ରଦର୍ଶିତ କରିବା ପାଇଁ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ନିର୍ବାଚନ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଶ୍ରୀ ଠାକରେ ଏହା ମଧ୍ୟ କହିଥିଲେଯେ ସମସ୍ତ ରାଜନୈତିକ ଦଳ ଜିଲ୍ଲାରେ ଥିବା ସମ୍ବେଦନଶୀଳ ଏବଂ ଅସୁରକ୍ଷିତ ବୁଥ ମାନଙ୍କ ବିଷୟରେ ସୂଚନା ପ୍ରଦାନ କରିବେ, ଫଳରେ ନିର୍ବାଚନ ଆଗରୁ ସେ ସମସ୍ତ ମତଦାନ କେନ୍ଦ୍ର ଗୁଡିକୁ ତ୍ରୁଟି ମୁକ୍ତ କରାଯାଇ ପାରିବ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ଅଭିମନ୍ୟୁ ବେହେରା , ବାରିପଦା ଡେପୁଟି କଲେକ୍ଟର (ଇଲେକ୍ସନ), ଶ୍ରୀ ଦୁର୍ଗା ଚରଣ ମୁର୍ମୁ , ସହକାରୀ ଜିଲ୍ଲାପାଳ, ଶ୍ରୀ ଶ୍ରୀକାନ୍ତ ନାୟକ ଙ୍କ ସମେତ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ପ୍ରବୀଣ କୁମାର ପାତ୍ର, ସିପିଆଇ (ଏମ)ର ସମ୍ପାଦକ ଜଗବନ୍ଧୁ ମିଶ୍ର, ବହୁଜନ ସମାଜବାଦୀ ପାର୍ଟିର ନଗେନ୍ଦ୍ରନାଥ କିସକୁ ପ୍ରମୁଖ ଉପସ୍ଥିତ ଥିବା ଜିଲ୍ଲା ସୂଚନ ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ଙ୍କ ଠାରୁ ପ୍ରକାଶ।