Onn 3

ଠକେଇ ମାମଲାରେ ଅଭିଯୁକ୍ତ ଜମି ଦଲାଲ କୁ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

State

ବାରିପଦା: ଆଜି ଏକ ଜମି ଜମା ସଂଙ୍କ୍ରାନ୍ତୀୟ ମାମଲାର ବିଚାରକରି ମାନ୍ୟବର ଏସଡିଜେଏମ ସୁବାସିନୀ ବେହେରା ଅଭି୍‌ଯୁକ୍ତ କେନ୍ଦ୍ରାପଡା ଜିଲା ରାଜକନିକା ଥାନା ଅନ୍ତର୍ଗତ କାଇମଟମାଣ୍ଟ ତଥା ବର୍ତ୍ତମାନ ବାରିପଦା ଭଞପୁର ଥାନା ଅନ୍ତର୍ଗତ ଓାର୍ଡ ନମ୍ବର ୨୨ ଅନ୍ତର୍ଗତ ରଘୁନାଥପୁର ଢାବାସାହି ଅଞ୍ଚଳର ମଣ୍ଟୁ ବିଶ୍ୱାଳ(୩୮) କୁ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୪୨୦/୩୪ ଆଇପିସି ଅନୁଯାୟୀ ତିିନି ବର୍ଷ ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ମାମଲାର ବିବରଣୀ ରୁ ପ୍ରକାଶ ଯେ ଅଭିଯୁକ୍ତ ମଣ୍ଟୁ ବିଶ୍ୱାଳ ବାରିପଦା ସହରର ରଘୁନାଥପୁର ମୈାଜା ର ଅନ୍ୟ ଜଣକର ଏକ ଜମି ବିକ୍ରୀ କରିବା ପାଇଁ ଜଗତାନନ୍ଦ ପାତ୍ର ଙ୍କୁ ଜମିର ସମସ୍ତ କାଗଜପତ୍ର ଦେଖାଇ ରାଜି କରାଇଥିଲା । ଏହାପରେ ଉକ୍ତ ଜମିର ଦଲିଲ କରାଇ ଜଗତାନନ୍ଦ ପାତ୍ର ଙ୍କ ପାଖରୁ ଅଭିଯୁକ୍ତ ମଣ୍ଟୁ ବିଶ୍ୱାଳ ୨-୧୧-୨୦୨୨ ରିଖ ଦିନ ଦଶ ଲକ୍ଷ ଟଙ୍କାର ବ୍ୟାଙ୍କ ଟ୍ରାନ୍ସଫାର ଏବଂ ଏକ ଲକ୍ଷ ଚାଳିଶ ହଜାର ଟଙ୍କାର ନଗଦ କେସ ନେଇଥିଲା । ଏହିପରି ମୋଟ ଏଗାର ଲକ୍ଷ ଚାଳିଶ ହଜାର ଟଙ୍କା ନେଇଥିଲା । ମାତ୍ର ଉକ୍ତ ଜମି ଟି ଆଉ ବିକ୍ରୀ କରିନପାରିବାରୁ ଜଗତାନନ୍ଦ ପାତ୍ର ମଣ୍ଟୁ ବିଶ୍ୱାଳ ଏବଂ ତାର ମା ମାଳତୀ ବିଶ୍ୱାଳ ଙ୍କୁ ତାଙ୍କ ଟଙ୍କା ଫେରାଇବା ପାଇଁ ଗୁହାରୀ କରିଥିଲେ । ତାଙ୍କୁ ମାଳତୀ ବିଶ୍ୱାଳ ୧୮-୧୨-୨୦୨୨ ସୁଦ୍ଧା ଟଙ୍କା ଫେରାଇବାପାଇଁ ଏକ ଲିଖିତ ପ୍ରତିଶୃତି ଦେଇଥିଲେ । ମାତ୍ର ପ୍ରତିଶୃତି ଅନୁଯାୟୀ ଟଙ୍କା ଫେରସ୍ତ ନ କରିବାରୁ ପୁଣି ତାଗିଦ କରିବାରୁ ଅଭିଯୁକ୍ତ ମଣ୍ଟୁ ବିଶ୍ୱାଳ ୧୬-୧-୨୦୨୩ ରିଖରେ ଏକ ଚେକ ଜଗତାନନ୍ଦ ପାତ୍ର ଙ୍କୁ ଦେଇଥିଲା । ମାତ୍ର ବ୍ୟାଙ୍କ ରେ ଚେକ ଟି ବାଉନ୍ସ ହୋଇଥିଲା । ଶେଷରେ ନ୍ୟାୟ ପାଇବା ପାଇଁ ଜଗତାନନ୍ଦ ପାତ୍ର ଙ୍କ ପୁଅ ଅଜୟ କୁମାର ପାତ୍ର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ଭଞପୁର ଥାନାରେ କେସ ନମ୍ବର ୧୬୯/୩୦-୫-୨୦୨୩ ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ମଣ୍ଟୁ ବିଶ୍ୱାଳ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ଆବଶ୍ୟକୀୟ କାସଗଜପତ୍ର ଏବଂ ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ଚୁଡାନ୍ତ ରାୟ ପ୍ରକାଶ ପାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ଆଇନଜିବୀ ସରୋଜ କୁମାର ଦାସ ପରିଚାଳନା କରୁଥିଲେ ।