Onn 3

ସ୍ୱାମୀ ବିବେକାନନ୍ଦ ଶିଶୁମନ୍ଦିର ବାର୍ଷିକ ଉତ୍ସବ

State

ଆଗରପଡ଼ା :ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଂଚାୟତ ଅଧିନସ୍ଥ ନିମାପଡ଼ା ସ୍ଥିତ କପାଳୀ କ୍ଷେତ୍ରଠାରେ ପ୍ରତିଷ୍ଠିତ ସ୍ୱାମୀ ବିବେକାନନ୍ଦ ଶିଶୁମନ୍ଦିରର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶିକ୍ଷାବିତ୍ ସୂର୍ଯ୍ୟମଣି ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତଥି ଭାବେ ବନ୍ତ ଆଂଚଳିକ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ ସୁଭେନ୍ଦ୍ର କୁମାର ମିଶ୍ର ,ମୁଖ୍ୟ ବକ୍ତା ରୁପେ ବାଲିଖଣ୍ଡ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟାପକ ବିରେନ୍ଦ୍ର ପରିଡ଼ା,କେନ୍ଦ୍ରୀୟ ବିଦ୍ୟାଳୟ ଅବସରପ୍ରାପ୍ତ ଶିକ୍ଷକ ଉପେନ୍ଦ୍ର୍ର ଶତ୍‌ତ୍ପଥୀ , ଶିଶୁମନ୍ଦିର ସଂପାଦକ ପ୍ରକାଶ ଚନ୍ଦ୍ର ସାହୁ,ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ସାମଲ, ଶିକ୍ଷାବିତ୍ ଉଦୟ ନାରାୟଣ ସାହୁ ପ୍ରମୁଖ ଯୋଗଦେଇ ସ୍ୱାମୀ ବିବେକନନ୍ଦଙ୍କ ମହାନ ଜୀବନ ଆଉ ଦର୍ଶନରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ । ଗୁରୁଜୀ ସୁନିଳ ରାଉଳଙ୍କ ମଂଚ ପରିଚାଳନାରେ ଶିକ୍ଷକ ଆଲୋକ ରଂଜନ ମୁଖାର୍ଜୀ ଅତିଥି ପରିଚୟପତ୍ର ପ୍ରଦାନ କରିଥିବା ବେଳେ, ବିଦ୍ୟାଳୟ ବାର୍ଷିବ ବିବରଣୀ ପାଠ କରିଥିଲେ ପ୍ରଧାନ ଗୁରୁମା ଇତିଶ୍ରୀ ମହାପାତ୍ର ଓ ଧନ୍ୟବାଦ ଅର୍ପଣ କରିଥିଲେ ଉଷାରାଣୀ ବୋହରା । ଏହି ପରିପ୍ରେକ୍ଷିରେ କୃତି ଛାତ୍ରଛାତ୍ରୀଙ୍କୁ ପଚରସ୍କୃତ କରାଯାଇଥିଲା । ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରା ଯାଇଥିଲା । ଏହାକୁ ସଂପାଦନରେ ସହାୟତା କରିଥିଲେ ଶିକ୍ଷକ ଉମାକାନ୍ତ ରାଉତ ଓ ଦିଲ୍ଲିପ କୁମାର ସାହୁ । ଦିବସବ୍ୟାପି କାର୍ଯ୍ୟକ୍ରମରେ ପତଞ୍ଜଳି କରଶର୍ମା,ଜ୍ଞାନଦା କରଶର୍ମା,ଅର୍ଜୁନ ବାରିକ,ଗୁରୁମା ଦମୟନ୍ତି ପାଣିଗ୍ରାହୀ ,ସୌଭାଗ୍ୟ ମଂଜରୀ ପରିଡ଼ା,ମିନତିଲତା ରାଉତ,ସାବିତ୍ରୀ ମାଝୀ,ପ୍ରଭାତି ପତି ,ସଶ୍ମିତା ପତି,ଧରିତ୍ରୀ ଭୋଇ ,ସବିତା ଦାସ ,ରେବତୀ ବାରିକ, ପ୍ରମୁଖଙ୍କ ସହିତ କମିଟିର କର୍ମକର୍ତ୍ତା,ଗ୍ରାମବାସୀ ଓ ଅଭିଭାବକ ବୃନ୍ଦ ସହଯୋଗ କରିଥିଲେ ।