Onn 3

ବାରିପଦା ପୌରପାଳିକା ତରଫରୁ ଜିଲ୍ଲାପାଳଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

State

ବାରିପଦା: ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ମୟୁରଭଞ୍ଜର ବିଦାୟୀ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ବାରିପଦା ପୌରପାଳିକା ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି I ନଗରପାଳ କୃଷ୍ଣIନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଉପ ନଗରପାଳ ସୀମା ଦାସ ଓ କାଉନସିଲର ବୃନ୍ଦ ଉପସ୍ଥିତ ଥିଲେ I ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ୨୮ ଟି ୱାର୍ଡରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସହ ପୋଖରୀ ଗୁଡିକର ସୌନ୍ଦର୍ଯ୍ୟକରଣ ଆଦି କାର୍ଯ୍ୟ ପାଇଁ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଭୂମିକା ଉଲ୍ଲେଖନୀୟ ବୋଲି ନଗରପାଳ ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ I

ବାରିପଦା ମ୍ୟୁନିସିପାଲିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସଦା ସର୍ବଦା ଉତ୍ସାହିତ କରୁଥିଲେ ବୋଲି ଉପ ନଗରପାଳ ପ୍ରକାଶ କରି ଭାବବିହ୍ୱଳ ହୋଇପଡ଼ିଥିଲେ I ବାରିପଦା ମ୍ୟୁନିସିପାଲିଟିର ସର୍ବାଙ୍ଗୀନ ଉନ୍ନତି ପାଇଁ ନଗରପାଳ ଓ ତାଙ୍କ ଟିମର କାର୍ଯ୍ୟକୁ ବେଶ ପ୍ରଶଂସା କରିଥିଲେ ଜିଲ୍ଲାପାଳ ମହୋଦୟ I ଶେଷରେ ନଗରପାଳ, ଉପନରପାଳ ଓ ଉପସ୍ଥିତ କାଉନସିଲର ଜିଲ୍ଲାପାଳଙ୍କୁ ଉପଢୌକନ ଓ ସ୍ମୃତି ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ I ଏହି କାର୍ଯ୍ୟକ୍ରମରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର କର୍ମକର୍ତ୍ତା ଓ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ I