Img 20241015 Wa0197

ବିଧବା ପାର୍ବତୀଙ୍କୁ ମିଳିଲା ବିଦ୍ୟୁତ ସେବା, ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାର 24 ଘଣ୍ଟା ମଧ୍ୟରେ ବିଦ୍ୟୁତ ଯୋଗାଣ

State

ବାରିପଦା: ବିଜାତଳା ବ୍ଲକ ମାଣିକପୁର ପଂଚାୟତ ଅନ୍ତର୍ଗତ ନୂଆଗାଁର ବିଧବା ମହିଳା ପାର୍ବତୀ ମୁଣ୍ଡାଙ୍କୁ ଘରେ ଆଜି ବିଦ୍ୟୁତ ଯୋଗାଣ କାର୍ଯ୍ୟକାରୀ ହୋଇଛି l ପାର୍ବତୀ ନିଜ ଘରେ ବିଦ୍ୟୁତ ସଂଯୋଗ ପାଇବା ପାଇଁ ଫେବୃଆରୀ ମାସରେ ବିଦ୍ୟୁତ ସେବା ପ୍ରଦାନକାରୀ ସଂସ୍ଥା ଟିପିଏନଓଡିଏଲର ଅନୁଭବ ସେବା କେନ୍ଦ୍ର ଅନଲାଇନ ମାଧ୍ୟମରେ ଆବେଦନ କରିଥିଲେ l ଏହାପରେ 3955 ଟଙ୍କା ପୈଠ କରିଥିଲେ l ବିଧବା ପାର୍ବତୀ ମୁଣ୍ଡା ବହୁବାର ବିଦ୍ୟୁତ ଯୋଗାଣ ନିମନ୍ତେ ବିଭାଗୀୟ କାର୍ଯାଳୟକୁ ଦୌଡ଼ି ଦୌଡି ନୟାନ୍ତ ହୋଇଥିଲେ l ଟିପିଏନଓଡ଼ିଏଲ କର୍ମଚାରୀଙ୍କ ଅସହଯୋଗ ମନୋଭାବ ଯୋଗୁଁ ବିଦ୍ୟୁତ ସେବାରୁ ବଞ୍ଚିତ ହେଉଥିଲେ l ସୋମବାର ଦିନ ବାମନଘାଟି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପାର୍ବତୀ ମୁଣ୍ଡାଙ୍କୁ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ଅଭିଯୋଗ ଦେଇଥିଲେ l ଦାବି ପତ୍ର ପ୍ରଦାନ କରିଥିଲେ l ଶେଷରେ ଜିଲ୍ଲାପାଳ ହେମକାନ୍ତ ସୋୟ ବିଧବା ପାର୍ବତୀଙ୍କ ଗୁହାରି ଶୁଣିଛନ୍ତି l ସେ ତତ୍କାଳ ସେଠାରେ ଉପସ୍ଥିତ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ବିଦ୍ୟୁତ ଯୋଗାଣ ନିମନ୍ତେ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ l ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଆଜି ପାର୍ବତୀଙ୍କ ଘରେ ବିଦ୍ୟୁତ ସଂଯୋଗ ସହିତ ବିଦ୍ୟୁତ ଜଳୁଥିବା ଦେଖିବାକୁ ମିଳିଥିଲା l