Onn 3

ଅଣଧୁଆ ଗାଁ ରାସ୍ତା ଶୋଚନୀୟ, ରାସ୍ତା ଅବସ୍ଥା ଯୋଗୁଁ ଗାଁ କୁ ଆସିପାରିଲାନି ଜଗନ୍ନାଥ ପରିକ୍ରମା ରଥ

State

ଆଗରପଡ଼ା :ଗାଁ କୁ ଭଲ ରାସ୍ତା ଟିଏ ନଥିବାରୁ ଉକ୍ତ ଗ୍ରାମକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଜୟ ଜଗନ୍ନାଥ ଅର୍ପଣ ରଥ ଗଡ଼ିପାରିନଥିବାରୁ ଉଗନ୍ନାଥ ପ୍ରେମୀଙ୍କ ମନରେ ଘୋର ଆଘାତ ସୃଷ୍ଟି କରିଛି । ଶେଷରେ ସେମାନେ ପରିକ୍ରମା ପ୍ରକଳ୍ପ ଲାଗି ପଂଚାୟତରେ ଗୁଆ ଓ ଚାଉଳ ଅର୍ପଣ କରିଥିବା ଜଣାପଡ଼ିଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ବ୍ଲକ ଆଡ଼ିଆ ପଞ୍ଚାୟତ ସ୍ଥିତ ଅଣଧୁଆ ଗାଁ ଠାରେ । ସ୍ୱାଧିନତାର ବହୁ ବର୍ଷ ପରେ ମଧ୍ୟ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧିମାନଙ୍କ ନଜର ଆଡ଼ୁଆଳରେ ରହିଯାଇଛି ଏହି ଗାଁ । ଏହି ଗାଁ କୁ ଆଜିଯାଏ ଭଲ ରାସ୍ତାଟିଏ ନିର୍ମାଣ ହୋଇନପାରିବା ବଡ ଦୁôôଃଖ ଓ ଅନୁତାପର ବିଷୟ ଅଟେ । ସବୁଦିନିଆ ରାସ୍ତାଟିଏ ନଥିବାରୁ ଗାଁ ଲୋକମାନେ ନାନାଦି ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛନ୍ତି । ଏହି ଗାଁରେ ପାଖାପାଖି ଦେଢଶହ ଲୋକ ବସବାସ କରିଥାନ୍ତି । ସ୍କୁଲ,କଲେଜ,ଅଙ୍ଗନୱାଡ଼ି ଆଦି ଅନୁଷ୍ଠାନମାନଙ୍କୁ ରାସ୍ତା ସମସ୍ୟା ଯୋଗୁଁ ପ୍ରତିବର୍ଷ ବର୍ଷା ସମୟରେ ପିଲାମାନେ ଶିକ୍ଷାଲାଭ କରିବାରେ ଘୋର ଅସୁବିଧାର ସମ୍ମୁଖିନ ହୋଇଥାନ୍ତି ।

ଆମ୍ବୁଲାନ୍ସ ରାସ୍ତା ଦୁରାବସ୍ଥା ପାଇଁ ଆସିପାରୁନଥିବାରୁ ଗୁରୁତର ରୋଗୀମାନେ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ପହଞ୍ଚିବାକୁ ଅହେତୁକ ବିଳମ୍ବ ଘଟିଥାଏ । ଦମକଳ ମଧ୍ୟ ଆସିପାରୁନଥିବାରୁ ଅଗ୍ନିକାଣ୍ଡ ପରି ଦୁର୍ଘଟଣା ଆୟତ୍ତ କରିବା ଅସମ୍ଭବ ହୋଇପଡ଼ୁଛି । ଏଥିଯୋଗୁଁ ବ୍ୟାପକ ଭାବେ ଧନ ଜୀବନ ହାନୀ ଘଟୁଛି । ବନ୍ତ-ଆଗରପଡ଼ା ମୁଖ୍ୟ ରାସ୍ତାକୁ ଏହି ଗାଁ ରାସ୍ତା ଟି ସଂଯୋଗ କରୁଛି । ଗତ ବର୍ଷର୍ ଗାଁ ଶେଷମୁଣ୍ଡ ଆଡ଼କୁ ଓ ଆରମ୍ଭରୁ ମାତ୍ର ୨୦୦ ମିଟର ପାଖାପାଖି କଂକ୍ରିଟ ହୋଇଥିଲା । ଏହାକୁ ଛାଡ଼ି ମାଟି ରାସ୍ତା ପୁରାପୁରି ନଷ୍ଟ ହୋଇଯାଇଛି । ଖାଲଖମାରେ ଭର୍ତ୍ତି ଏହି ରାସ୍ତାଟି ଅତି ସଂକୀର୍ଣ୍ଣ ଥିବାରୁ ଗମନାଗମନରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି । ସଂଧ୍ୟା ପରେ ଆସିବା ମାନେ ବିପଦକୁ ଡ଼ାକିବା ସହ ସମାନ । ତେଣୁ ତୁରନ୍ତ ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ବସନ୍ତ ପାତ୍ର,ପ୍ରଭୂ ରାଉତ,କୁଂଜବିହାରୀ ରାଉତ, ଉପେନ୍ଦ୍ର ମହାପାତ୍ର,ଗଦା ରାଉତ,ବିଜୟ ରାଉତ, ସୁଶାନ୍ତ ପାତ୍ର ଏବଂ ଜୟନ୍ତ ପାତ୍ର ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି ।