Onn 3

ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଘାଟିତ

State

ଆଗରପଡ଼ା :ଆଗରପଡ଼ା ମହାବିଦ୍ୟାଳୟ ପରିସରରେ +୨ ଛାତ୍ରୀମାନଙ୍କ ନିମିତ୍ତ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଶାନ୍ତ ଦାଶ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସମୃଦ୍ଧ ରାଷ୍ଟ୍ର ଗଠନେରେ ନାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ରଖିଥିଲେ । ଅଧ୍ୟକ୍ଷ ଶ୍ରୀ ପାତ୍ର ନାରୀ ଶିକ୍ଷା ଓ ସେମାନଙ୍କ ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ଅଧ୍ୟାପକ ବ୍ରଜମୋହନ ପତି ତାଲିମ ଶିବିରର ଲକ୍ଷ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ବିକାଶ ମହାପାତ୍ର,ମୁଖ୍ୟ ସହାୟକ ବିଜୟ ଦାସ,ଅଧ୍ୟାପକ ଡ଼. ହରିହର ଦାସ, ନାରାୟଣ ଚନ୍ଦ୍ର ପୁରୀ,ଅଧ୍ୟାପିକା ପ୍ରେମଲତା ଦାଶ ପ୍ରମୁଖ ଉକ୍ତ ତାଲିମ ଶିବିରର ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ରଖିଥିଲେ । ଅଧ୍ୟାପକ ପ୍ରଶାନ୍ତ ନାୟକ,ଅଧ୍ୟାପିକା ସଂଯୁକ୍ତା ଜେନାଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,.ଅଧ୍ୟାପିକା ଓ କର୍ମଚାରୀ ସଭାଟିକୁ ସାଫଲ୍ୟ ମଣ୍ଡିତ କରାଇଥିଲେ । ସର୍ବଶେଷରେ +୨ ପ୍ରଥମ ବର୍ଷ କଳା ଛାତ୍ରୀ ପୂଜା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।