Onn 3

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଶୀତବସ୍ତ୍ର ବଣ୍ଟନ

State

ଆଗରପଡ଼ା :ବନ୍ତ ବ୍ଲକ ଛୟାଳସିଂହ ପଂଚାୟତ ପଳସା ଠାରେ ଅବସ୍ଥିତ ଥିବା ଶିରିଡ଼ି ସାଇ ମନ୍ଦିରର ପ୍ରତିଷ୍ଠାତାଙ୍କ ପକ୍ଷରୁ ଏହି ପଂଚାୟତର ଗୋପାଳପୁର ଠାରେ ଥିବା ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଶୀତବସ୍ତ୍ର ବଂଟନ କରାଯାଇଥିଲା । ମନ୍ଦିରର ପ୍ରତିଷ୍ଠାତା ସ୍ୱର୍ଗତ ଶ୍ୟାମସୁନ୍ଦର ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିର୍କ ଅବସରରେ ତାଙ୍କର ଧର୍ମପତ୍ନି ସୁମତୀ ସାହୁ ଓ ତାଙ୍କ ପୁତ୍ର ନିରାକାର ସାହୁଙ୍କ ତତ୍ୱାବଧାନରେ ଉକ୍ତ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୪୦ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଶୀତବସ୍ତ୍ର ସହ ମିଷ୍ଟାନ୍ନ ବଂଟନ କରାଯାଇଥିଲା । ଉକ୍ତ ସମୟରେ ବିଦ୍ୟାଳୟର ପ୍ରତିଷ୍ଠାତା ଅନାଦି ଚରଣ ଦାଶ,ଗୈାରାଙ୍ଗ ଚରଣ ଦାସ,ବାଇଧର ଦାଶ, ଆଲୋକ ସାହୁ, ଶିକ୍ଷୟିତ୍ରୀ ପ୍ରେମଲତା ବେହେରା ,ପଙ୍କଜିନୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଏହାକୁ ସମ୍ବିତ କୁମାର ପଣ୍ଡା, ରବିନ୍ଦ୍ର ନାଥ ଓଝା ସଂପାଦନ କରିଥିଲେ ।