Onn 3

ଯୁବଦିବସରେ କୃତୀ ପ୍ରତିଯୋଗୀ ପୁରସ୍କୃତ

State

ଆଗରପଡ଼ା:ବିବେକାନନ୍ଦ ସଂସଦ ପକ୍ଷରୁ ଚଳିତ ବର୍ଷ ଓଡ଼ିଶା କଳା ଓ ସଂସ୍କୃତି ଅଧ୍ୟୟନ ଗବେଷଣା ପକ୍ଷରୁ ବନ୍ତ ବ୍ଲକ୍ ଅଡ଼ାଳପଙ୍କ ସ୍ଥିତ କୃପାସିନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ବିବେକାନନ୍ଦଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଥିଲା । ଉକ୍ତ ଦିବସରେ କୃତି ପ୍ରତିଯୋଗୀ ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ପୁରସ୍କୃତ କରାଯାଥିଲା । ପ୍ରଧାନ ଶିକ୍ଷକ ବିମଳ ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅତିଥିଭାବେ ସାହିତ୍ୟିକ ଗଣେଶ ପ୍ରସାଦ କର ଶର୍ମା, ପ୍ରାକ୍ତନ ପ୍ରଧାନଶିକ୍ଷକ ହରିଶ୍ଚନ୍ଦ୍ର ଜେନା,ଶିକ୍ଷୟିତ୍ରୀ ବନଲତା ଦାସ,ଅତିଥି ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ ,ନାରାୟଣ ଚନ୍ଦ୍ର ରାଉତ,ମଧୁସୂଦନ ଶଂଖୁଆ ପ୍ରମୁଖ ବିବେକାନନ୍ଦଙ୍କ ମହାନ ଜୀବନ ଦର୍ଶନ ଉପରେ ଆଲୋକପାତ କରିବା ସହ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାକୁ ଉଦ୍‌ବୋଧନ ଦେଇ ଥିଲେ ।

ଏହି ଅବସରରେ ଗତ ନଭେମ୍ବର ମାସ ଉକ୍ତ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ନିମପଡ଼ା ବିବେକାନନ୍ଦ ଶିଶୁମନ୍ଦିରର ଦୁଇଜଣ,ଆଡ଼ିଆ ଆରେଡ଼େଶ୍ୱର ବିଦ୍ୟାଳୟର ଦୁଇ ଜଣ ଓ କୃପାସିନ୍ଧୁ ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ବିବେକାନନ୍ଦଙ୍କ ବିଗ୍ରହ ସହ ମାନପତ୍ର ଦେଇ ପୁରସ୍କୃତ କରିଥିଲେ । ଏହାକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ ।