Onn 3

ଜାତୀୟ ଯୁବଦିବସ ପାଳିତ

State

ଆଗରପଡ଼ା:ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଂଚାୟତ ଅଧିନସ୍ଥ ନିମାପଡ଼ା ସ୍ଥିତ କପାଳିକ୍ଷେତ୍ର ଠାରେ ପ୍ରତିଷ୍ଠିତ ସ୍ୱାମୀ ବିବେକାନ୍ଦ ଶିଶୁମନ୍ଦିର ପରିସରରେ ଜାତୀୟ ଯୁବଦିବସ ପାଳିତ ହୋଇଥିଲା । ପ୍ରଧାନଗୁରୁମା ଇତିଶ୍ରୀ ମହାପାତ୍ରଙ୍କ ତତ୍ୱାବଧାନରେ ବିଦ୍ୟାଳୟର କୁନିକୁନିଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା ।

ଅନୁଷ୍ଠିତ ପ୍ରତିଯୋଗିତାରେ ଅତିଥିଭାବେ ପ୍ରାକ୍ତନ ସିଆସିସି କାର୍ତିର୍କ ଚନ୍ଦ୍ର ପଣ୍ଡା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଲାଲ ମୋହନ ପୁହାଣ,ସଂପାଦକ ପ୍ରକାଶ ଚନ୍ଦ୍ର ସାହୁ ,ଶିକ୍ଷକ ପ୍ରଶନ୍ନ କୁମାର ରଥ ପ୍ରମୁଖ ତାଙ୍କର ମହାନ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ ଥିଲେ । ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାକୁ ଗୁରୁମା ଦମୟନ୍ତି ପାଣିଗ୍ରାହୀ ,ଉଷାରାଣୀ ବେହେରା, ସୌଭାଗ୍ୟ ମଂଜରୀ ପରିଡ଼ା,ମିନତିଲତା ରାଉତ,ସାବିତ୍ରୀ ମାଝୀ,ପ୍ରଭାତିପତି ,ସଶ୍ମିତା ପତି,ଧରିତ୍ରୀ ଭୋଇ ,ସବିତା ଦାସ ,ଗରୁଜୀ ସୁନିଲ ରାଉଳ, ସେବିକା ରେବତୀ ବାରିକ ପ୍ରମୁଖ ସଂପାଦନ କରିଥିଲେ ।