ବାରିପଦା : ସ୍ଥାନୀୟ ଭଂଜପୁର ଜଗଦ୍ଧାତ୍ରୀ ମେଳା ପଡିଆରେ ଅନୁଷ୍ଠିତ ଜଗଦ୍ଧାତ୍ରୀ ମେଳାର ନବମ ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଡ୍ରପ ବିଟ ଡ୍ୟାନ୍ସ ଗ୍ରୁପ I ପରେ ପରେ ସ୍ୱାମୀ ବିବେକାନନ୍ଦ ଯୋଗ ରିସର୍ଚ୍ଚ କେନ୍ଦ୍ର ଦ୍ୱାରା ଯୋଗାସନ କରାଯାଇଥିଲା ଯାହାକି ବେଶ ଉପାଦେୟ ହୋଇଥିଲା I ଦକ୍ଷିଣ ସାହି ଛଉ ନୃତ୍ୟ ପରିବାରର ଛଉ ନୃତ୍ୟରେ ଦୁଲୁକିଲା ମଞ୍ଚ I ଶେଷରେ ମୟୁରଭଞ୍ଜ ଆଦିବାସୀ ସ୍ଟୁଡେଣ୍ଟସ ଏସୋସିଏସନର ଆଦିବାସୀ ନୃତ୍ୟ ଗୀତରେ ନାଚିଲେ ଓ ଝୁମିଲେ ଦର୍ଶକ I ସମସ୍ତ ସାଂସ୍କୃତିକ ଦଳକୁ ସାଂସ୍କୃତିକ ସମ୍ପାଦକ ପ୍ରିତମ ପଣ୍ଡା ଓ ମେଳା ସମ୍ପାଦକ ପ୍ରସନ୍ନଜିତ ମହାନ୍ତି ଅଂଶ ଗ୍ରହଣ ପ୍ରମାଣ ପତ୍ର ଦେଇ ଉତ୍ସାହିତ କରିଥିଲେ I ସୋମନାଥ ସିଂହ ଓ ଆଲୋକ ବାରିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ I ଆସନ୍ତା କାଲି ମୟୁରଭଞ୍ଜ ଆର୍ଟ ଫାଉଣ୍ଡେସନ, ନଂ – ୧ ଡ୍ୟାନ୍ସ ଗ୍ରୁପ ଓ ଇନଷ୍ପାୟାର ଡ୍ୟାନ୍ସ ଗ୍ରୁପର ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି ବୋଲି ସାଂସ୍କୃତିକ ସମ୍ପାଦକ ମାନସ ମହାନ୍ତି ଜଣାଇଛନ୍ତି I ପ୍ରକାଶ ଥାଉକି ଆଜି ଦିନବେଳେ ଗୁରୁବାର ଉଷା ଅବସରରେ କମିଟି ତରଫରୁ ଅନ୍ନ ଭୋଗ ବଣ୍ଟନ କରାଯାଇଥିଲା ଯେଉଁଥିରେ ପ୍ରାୟ ୧୦ ହଜାର ଭକ୍ତ ଯୋଗ ଦେଇଥିଲେ I