Sradha Divas Observe Of Rohidas Singh Nag

ମୁଣ୍ଡାରୀ ଲିପିର ସ୍ରଷ୍ଟା ରୋହିଦାସ ସିଂ ନାଗଙ୍କ ୧୧ତମ ଶ୍ରାଦ୍ଧ ଦିବସ ପାଳିତ

State

ବାରିପଦା:  ଆଜି ମୁଣ୍ଡାରୀ ଲିପିର ସ୍ରଷ୍ଟା ଅଲ ୍‌ଗୁରୁ ରୋହିଦାସ ସିଂ ନାଗଙ୍କ ୧୧ ତମ ମୃତ୍ୟୁ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କର ବାରିପଦା ସ୍ଥିତ ପ୍ରତିମୁର୍ତୀ, ଶାଳବଣୀ ସ୍ଥିତି ପ୍ରତିମୁର୍ତୀ ଓ ଗ୍ରାମରେ ଥିବା ସମାଧୀ ପିଠରେ ଧୂପ , ଦୀପ ଓ ମାଲ୍ୟାର୍ପଣ ପୁର୍ବକ ତାଙ୍କର ଅମର ଆତ୍ମାର ସଦ ୍‌ଗତି ପାଇଁ ଦୁଇ ମିନିଟ ୍ ନୀରବ ପ୍ରାର୍ଥନା ଓ ସଭା ହୋଇଥିଲା । ଭାରତ ମୁଣ୍ଡା ସମାଜର କେନ୍ଦ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ନାଥ ସିଂ ଶ୍ରୀ ନାଗଙ୍କ ଉଦ୍ଭାଦିତ ମୁଣ୍ଡାରୀ ବାନୀକୁ ୨୦୦୫ ମସିହାରେ ଭାରତ ମୁଣ୍ଡା ସମାଜର ବହଡାଗୁଡା ସର୍ବଭାରତୀୟ ସମ୍ମିଳନୀରେ ଗୃହୀତ ହୋଇଥିଲା ବୋଲି ସୂଚନା ଦେଇଥିଲେ , ଯାହାକି ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବାକୁ ସହାୟକ ହୋଇପାରିଛି । ଭାରତ ମୁଣ୍ଡା ସମାଜ ଓ ରାଷ୍ଟ୍ରୀୟ ଜନଜାତି ଅନୁସନ୍ଧାନ ସଂସ୍ଥାନ ର ମିଳିତ ଉଦ୍ୟମରେ ଗତ ଡିସେମ୍ବର ୨୧ ଓ ୨୨ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ମୁଣ୍ଡାରୀ ଭାଷା ଓ ସାହିତ୍ୟ ଆଲୋଚନା ଚକ୍ରରେ ଉପସ୍ଥିତ ଝାରଖଣ୍ଡ, ଆସାମ, ଛତିଶଗଡ, ପଶ୍ଚିମବଙ୍ଗ , ବିହାର ଓ ଓଡିଶାର ପ୍ରତିନିଧି ମାନେ ମୁଣ୍ଡାରୀ ଲିପିର ପ୍ରଚାର ପ୍ରସାର ଦିଗରେ ପଦକ୍ଷେପ ନେବା ଦିବରେ ଗୁରୁତ୍ୱାରୋପ କରିଛନ୍ତି ବୋଲି ଭାରତ ମୁଣ୍ଡା ସମାଜର ଓଡିଶା ରାଜ୍ୟ ସଭାପତି ଶ୍ରୀ ରବିନ୍ଦ୍ର ନାଥ ସିଂ ସଭାରେ ସୂଚନା ଦେଇଥିିଲେ ।

ସ୍ୱତନ୍ତ୍ର ଲିପି ବିନା ମୁଣ୍ଡାରୀ ଭାଷା ସ୍ୱିକୃତି ପାଇବା ଅସମ୍ଭ ବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରାଳୟ ସୂଚାଇଥିବା କଥାକୁ ଦିଲ୍ଲୀ ସେମିନାର ରେ ପ୍ରତିନିଧି ମାନେ ଗୁରୁତ୍ୱାରୋପ କରିଛନ୍ତି ଓ ମୁଣ୍ଡାରୀ ଭାଷାର ସ୍ୱିକୃତିପାଇଁ ଭାରତ ମୁଣ୍ଡା ସମାଜ ତରଫରୁ ଦାବୀକୁ ଜୋରଦାର କରାଯାଇଛି । ଏହା ସାଙ୍ଗକୁ ସ୍ୱର୍ଗତ ନାଗଙ୍କ ଜୀବିତା ଅବସ୍ଥାରୁ ଦାବୀ ହୋଇ ଆସୁଥିବା ତାମୁଡିଆ ମୁଣ୍ଡା ଓ ତାମୁଡିଆ ଭୁମିଜ , ହଳଦୀ ପୋଖରିଆ ମୁଣ୍ଡା ଭୁମିଜ ଜାତିକୁ ଏସ ୍ ଟି ଲିଷ୍ଟ ୍‌ରେ ତାଲିକା ଭୁକ୍ତ କରିବା ପାଇଁ ସରକାର ଶୁଣିଛନ୍ତି ବୋଲି ଶ୍ରୀ ସିଂହ ତାଙ୍କ ବକ୍ତବ୍ୟରେ କହିଥିଲେ । ଅଲ ୍ ଗୁରୁଙ୍କ ଜିବନୀ ଉପରେ ଭାରତ ମୁଣ୍ଡା ସମାଜର ଓଡିଶା ରାଜ୍ୟ ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ସିଂ, ଉପଦେଷ୍ଟା ମନୋଜ ମୁଣ୍ଡା, କୋଷାଧ୍ୟକ୍ଷ ବାଇଧର ସିଂ, ଉପସଭାପତି ସୁନାରାମ ସିଂ , ଶିକ୍ଷା ସମ୍ପାଦକ ବିଜୟ କୁମାର ସିଂ, ନନ୍ଦଲାଲ ସିଂ , ବିଲକାନ ୍ ପ୍ରଭୁଦୟାଲ ୍ ନା ଗ, କାହ୍ନୁଚରଣ ସିଂ , ସବରନ ସିଂ, ସ୍ୱରୁପ କୁମାର ସିଂ ପ୍ରଭୃତି ବକ୍ତବ୍ୟ ରଖିଥିଲେ । ଅ ମ ୍ ସାର ସଭାପତି ମଙ୍ଗଲ ସିଂ ସଭାର ସଫଳତା ପାଇଁ ଧନ୍ୟବାଦ ଜଣାଇଥିଲେ ।