Closing Ceremony Of Atheletic Meet

ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ବାର୍ଷିକ ଖେଳକୁଦ ପ୍ରତିଯୋଗିତା ଉଦଯାପିତ

sports State

ବାରିପଦା: ସ୍ଥାନୀୟ ବାରିପଦା ଷ୍ଟାଡିୟମରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ବାର୍ଷିକ ଖେଳକୁଦ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି I ଦୁଇ ଦିନ ଧରି ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଜିଲ୍ଲର ବିଭିନ୍ନ ବ୍ଲକରୁ ୪୦୦ ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ I ସେମାନଙ୍କ ମଧ୍ୟରେ ଦୌଡ଼, ଡିଆଁ, ଥ୍ରୋ ଆଦି ପ୍ରତିଯୋଗିତା ହୋଇଥିଲା I ବିଭିନ୍ନ ବିଭାଗ ରୁ ପ୍ରାୟ ୧୫୦ ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି I ପ୍ରଥମ ସ୍ଥାନ ଅଧିକାର କରିଥିବା ଖେଳାଳୀ ମାନେ ରାଜ୍ୟର ରେକର୍ଡ ଅନୁସାରେ ଆଗାମୀ ଦିନରେ ରାଜ୍ୟ ସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିପାରିବେ ବୋଲି ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଜଣାଇଛନ୍ତି I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ପୁରସ୍କାର ବିତରଣ କରିବା ସହ ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ଉପସଭାପତି ମନୋଜ କୁମାର ସାଓ, ସାଧାରଣ ସମ୍ପାଦକ ଶ୍ରୀ ଦାସ, ସହ ସମ୍ପାଦକ ଅମ୍ବିକା ରାଉତ, ହର ପ୍ରସାଦ ପାତ୍ର, ମଣ୍ଟୁ ଦା, ନନ୍ଦଲାଲ ମହାପାତ୍ର, ରମେଶ ରାଉତ, ଅଶୋକ କୁମାର ରାଉତ, ତଥା ନିରୋଜ କୁମାର ସାହୁ, ପ୍ରଭାତ ମହାନ୍ତି, ଅନନ୍ତ ଦାସ, କରଞ୍ଜିଆ ଏଥଲେଟିକ ଏସୋସିଏସନର ସଭ୍ୟ ସମୀର ହୋତା, କପ୍ତିପଦା ଉପଖଣ୍ଡର ସଭ୍ୟ ଗଦାଧର ବେହେରା, ବିଶିଷ୍ଟ କ୍ରୀଡ଼ାବିତ ତଥା କୋଚ କୁମାର ରଞ୍ଜନ ପଣ୍ଡା, ପ୍ରଦୀପ କୁମାର ବେହେରା, ବିନୋଦ ରାମ ଏବଂ କୈଳାଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ I ଏହି ପ୍ରତିଯୋଗିତାକୁ ସଫଳ କରିଥିବା ସମସ୍ତ କ୍ରୀଡା ଶିକ୍ଷକ / ଶିକ୍ଷୟତ୍ରୀ, କାଉନସିଲ ସଭ୍ୟ ତଥା ପ୍ରତିଯୋଗୀ ମାନଙ୍କୁ ସାଧାରଣ ସମ୍ପାଦକ ଶ୍ରୀ ଦାସ ଧନ୍ୟବାଦ ଦେଇଛନ୍ତି I