Vetran T 10 Cricket (1)

ମୟୁରଭଞ୍ଜ ଭେଟେରାନ ଟି – ୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସପ୍ତମ ଦିନ

State

ବାରିପଦା : ସ୍ଥାନୀୟ ବାରିପଦା କଲେଜ ପଡିଆରେ ସିକ୍ରେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ମୟୁରଭଞ୍ଜ ଭେଟେରାନ ଟି – ୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସପ୍ତମ ଦିନର ପ୍ରଥମ ମ୍ୟାଚରେ ମହାନ୍ତି ଟାଇଗର୍ସ ଏ ଆର ଫାଇଟରକୁ ୭ ଉଇକେଟରେ ରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ଏ ଆର ଫାଇଟର ୧୦ ଓଭରରେ ୫ ଉଇକେଟ ହରାଇ ୮୩ ରନ କରିଥିଲେ I ଦଳ ପକ୍ଷରୁ ଚନ୍ଦ୍ର ଶେଖର ସର୍ବାଧିକ ୪୧ ରନ କରିଥିଲେ I ଉତ୍ତରରେ ମହାନ୍ତି ଟାଇଗର ୧୦ ଓଭରରେ ୩ ଉଇକେଟ ହରାଇ ୮୫ ରନ ହାସଲ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ବ୍ରଜମୋହନ ପାତ୍ର ୩୩ ଓ ତାପସ କୁମାର ଦେ ୨୧ରନ କରିଥିଲେ I ଦ୍ଵିତୀୟ ମ୍ୟାଚରେ ଖୁଣ୍ଟା ଜିଲ୍ଲା ବାର ଏସୋସିଏସନ କୁ ୧୦ ଉଇକେଟରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ଜିଲ୍ଲା ବାର ଏସୋସିଏସନ ୧୦ ଓଭରରେ ୪ ଉଇକେଟ ହରାଇ ୬୯ ରନ କରିଥିଲେ I ଦଳ ପକ୍ଷରୁ ସୁକନ୍ୟା ବାରିକ ସର୍ବାଧିକ ୨୯ ରନ କରିଥିବା ବେଳେ ବିପକ୍ଷ ଦଳର ରତିକାନ୍ତ ନାୟକ ୨ ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଖୁଣ୍ଟା ଦଳ ୭.୨ ଓଭରରେ କୌଣସି ଉଇକେଟ ନ ହରାଇ ୭୨ ରନ କରି ବିଜୟ ଲକ୍ଷ୍ୟ ହାସଲ କରିପାରିଥିଲେ I ଦଳ ପକ୍ଷରୁ ମନୀଷ ମହାପାତ୍ର ୩୬ ଓ ଶଶିକାନ୍ତ ପାଲ ୨୪ ରନ କରିଥିଲେ I ଅବିନାଶ ରଥ, ଶେଖ ଲାଇକୁଦ୍ଦିନ ଓ ଚନ୍ଦନ ଦାସ ଖେଳ ପରିଚାଳନା କରିଥିବା ବେଳେ ଆନିଷ ମିଶ୍ର, ତୁଷାର ଦ୍ବିବେଦୀ ସ୍କୋରିଙ୍ଗରେ ସହାୟତା କରିଥିଲେ I ଦୀପକ ଦାସ ଧାରା ବିବରଣୀ ଦେଇଥିଲେ I ଆସନ୍ତା କାଲି ନୂଆବର୍ଷ ଅବସରରେ କୌଣସି ଖେଳ ନାହିଁ ବୋଲି ଆୟୋଜକ ସନ୍ତୋଷ ଓତା ଜଣାଇବା ସହ ସମସ୍ତଙ୍କୁ ନବବର୍ଷ ପାଇଁ ଅଭିନନ୍ଦନ ଜଣାଇଛନ୍ତି I