Onn 3

ଆଗରପଡ଼ା ଯୁବ ମହୋତ୍ସବ ୨ୟ ସନ୍ଧ୍ୟା, ପ୍ରଭୂପାଦଙ୍କ ଗୀତରେ ଝୁମିଲେ ଦର୍ଶକ

State

ଆଗରପଡ଼ା :ଆଗରପଡ଼ା ସ୍ଥିତ ହେମପଦ୍ମ ଗାଲାସ୍କି ଠାରେ ୨ୟ ବାର୍ଷିକ ଆଗରପଡ଼ା ଯୁବ ମହୋତ୍ସବର ୨ୟ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ ସଭାରେ କମିଟି ସଭାପତି ଇଂ ଅମିୟ ରଂଜନ ରାମଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଖଇରା ସିମୁଳିଆ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ହିମାଂଶୁ ବେହେରା,ଯୁବ କଂଗ୍ରେସ ସଭାପତି ସିମୁଳିଆ ନିର୍ବାଚନ ମଣ୍ଡଳୀ ନିରଜଂନ ପରିଡ଼ା,ସମାଜସେବୀ ଭାଗବତ ପଣ୍ଡା,ପାଇମହୁରା ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ ଚିନ୍ତାମଣୀ ପାଣିଗ୍ରାହୀ ଓ କମିଟି ଉପଦେଷ୍ଟା ପ୍ରଣୟ ସିଂହ ପ୍ରମୁଖ ଯୋଗ ଦେଇଥିଲେ ।

କୋଷାଧ୍ୟକ୍ଷ ନୃସିଂହ ଚରଶ ଖୁଣ୍ଟିଆ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂଗଠନ ସମ୍ପାଦକ ଚିନ୍ମୟ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଶିକ୍ଷାବିତ୍ ଅଭୟ ପ୍ରଧାନ ଏବଂ ସମାଜସେବୀ ଭାଗବତ ପଣ୍ଡାଙ୍କୁ ସମ୍ମାନୀତ କରାଯାଇଥିଲା । ପରେ ଓଡ଼ିଆ କଣ୍ଠଶିଳ୍ପୀ ପ୍ରଭୂପାଦ ମହାନ୍ତିଙ୍କ ଗୀତରେ ଝୁମି ଉଠିଥିଲେ ଦର୍ଶକ । ଅନ୍ୟମାନଙ୍କ ମଧ୍ୟରେ ‘ଦେଖ ଖବର ରଖ ନଜର’ର ହାସ୍ୟ ଅଭିନେତା ସତ୍ୟ ଓ ସତ୍ୟବ୍ରତ,ଅଭିନେତା ଜଗା ପଣ୍ଡା ପ୍ରମୁଖ ନିଜ କଳା ପ୍ରଦର୍ଶନ କରିଥିଲେ ।