Onn 3

ଲଘୁଚାପ ବର୍ଷା ପରେ ଚାଷ ପାଇଁ ଅଣ୍ଟା ଭିଡିଲା ଚାଷୀ

State

ଆଗରପଡ଼ା: ଏ ବର୍ଷ ରଜ ସରିବା ପରେ ମୈାସୁମୀ ଆସିଥିଲା କିନ୍ତୁ ମୈାସୁମୀ ବର୍ଷାର ଲୁଚକାଳି ଖେଳ ଯୋଗୁଁ ପାଗ ନ ଥିବାରୁ ୯୫ ଭାଗ ଜମିରେ ଧାନ ତଳି କିମ୍ବା ଧାନ ବୁଣା କାର୍ଯ୍ୟ ହୋଇ ପାରି ନଥିଲା । ଯଦ୍ୱାରା ଚାଷୀ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଥିଲା । କିନ୍ତୁ ଗତ କିଛି ଦିନ ହେବ ଲଗାଣ ବର୍ଷା ଯୋଗୁଁ ଚାଷ ଜମିରେ ପାଣି ଜମିଛି । ଭଲ ବର୍ଷା ହେବାରୁ ଚାଷୀ କିଆରିରେ ଧାନତଳି ପକାଇବା ପାଇଁ କାଦୁଅ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବହୁ ଚାଷୀ ତଳି ପକାଇବାରେ ବ୍ୟସ୍ତ ଥିବା ଦେଖି ବାକୁ ମିଳିଛି ।

ବିବରଣୀରୁ ପ୍ରକାଶ ଯେ :ଆଗରପଡ଼ା ଓ ତା ଆଖପାଖ ଅଂଚଳରେ ରେ ପ୍ରାୟ ୮୦ ଭାଗ ଚାଷ ଉପରେ ନିର୍ଭର କରୁଥିବା ବେଳେ ୨୦ ଭାଗ ସରକାରୀ ଚାକିରୀଆ ଅଛନ୍ତି । ରଜ ପୂର୍ବରୁ ଜମିରେ ହଳ କରାଯାଇଥାଏ ମାତ୍ର ପ୍ରବଳ ଗରମ ଓ ଗ୍ରୀଷ୍ମ ଋତୁ ଯୋଗୁଁ ଜମି ଟାଣ ହୋଇଯିବା ଫଳରେ ଏହି କାର୍ଯ୍ୟ ସମ୍ଭବପର ହୋଇନଥିଲା । ପାଣିପାଗର ଅନିୟମିତତା ଯୋଗୁଁ ଧାନ ବୁଣା ଓ ତଳି ପକାରେ ଅହେତୁକ ବିଳମ୍ବ ହୋଇଥିଲା କିନ୍ତୁ ବର୍ତ୍ତମାନ ଜୋରରେ ବର୍ଷା ହେବା ଯୋଗୁଁ ଚାଷୀ ଚାଷ ପାଇଁ ଅଣ୍ଟା ଭିଡ଼ିଛି । ବର୍ଷାର ଅନିୟମିତତା ଯୋଗୁଁ ପ୍ରାୟ ଏକମାସ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିଲେ ସୁଦ୍ଧା ଲଗାଣ ବର୍ଷା ଚାଷୀ ମନରେ ଉତ୍ସାହ ସୃଷ୍ଟି କରିଛି ।