Onn 3

ଚୋରୀ ଘଟଣାରେ ଅଭିଯୁକ୍ତ କୁ ପାଞ୍ଚ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

State

ବାରିପଦା: ଆଜି ଏକ ଚୋରୀ ଘଟଣାର ବିଚାର କରି ମାନ୍ୟବର ଏସ ଡି ଜେ ଏମ କୋର୍ଟ ର ବିଚାରପତି ସୁବାସିନୀ ବେହେରା ଅଭିଯୁକ୍ତ ମୟୁରଭଞ ଜିଲା ବେତନଟୀ ଥାନା ଅନ୍ତର୍ଗତ ତୁଲସୀଚଉରା ଅଞ୍ଚଳର ପ୍ରକାଶ କାଣ୍ଡାଲ (୨୮) କୁ ଦୋଷୀ ସାବ୍ୟସ୍ତ କରିବା ସହ ଭାରତୀୟ ପିଙ୍ଗଳକୋର୍ଡ ଧାରା ୪୫୭ ଆଇପିସି ଅନୁଯାୟୀ ତିନି ବର୍ଷ ସଶ୍ରମ କାରାଦଣ୍ଡ ସମେତ ତିନି ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ତିନି ମାସ ସଶ୍ରମ କାରାଦଣ୍ଡ , ଧାରା ୩୮୦ ଆଇପିସି ଅନୁ୍‌ଯାୟୀ ଏକ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଦୁଇ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଦୁଇ ମାସ ସଶ୍ରମ କାରାଦଣ୍ଡ ଏବଂ ଧାରା ୪୨୭ ଆଇପିସି ଅନୁଯାୟୀ ଏକ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଏକ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଏକ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ଏ ସମସ୍ତ ଦଣ୍ଡାଦେଶ ଏକ କାଳୀନ ଲାଗୁକରିବା ପାଇଁ ରାୟରେ ଉଲେଖ କରାଯାଇଅଛି ।

ମାମଲାର ବିବରଣୀରୁ ପ୍ରକାଶ ଯେ ବାରିପଦା ସହରର ଓାର୍ଡ ନମ୍ବର ୧୧ ଅଞ୍ଚଳର ବାସିନ୍ଦା ସପନ ମୁଖାର୍ଜୀ ଙ୍କର ସହରସ୍ଥିତ ବଡପୋଖରିଆଡି ଠାରେଥିବା ପାଉଁରୁଟି ବିସ୍କୁଟ ଦୋକାନରେ ୧୮-୧-୨୦୨୩ ରିଖ ମଧ୍ୟରାତ୍ରୀ ସମୟରେ କେହି ଦୁବୃତ୍ତ ପଶି ଦୋକାନର ସି ସି ଟିଭି କ୍ୟାମେରା ଏବଂ କମ୍ପ୍ୟୁଟର କୁ ଭାଙ୍ଗିବା ସହ ଦୋକାନର ଜିନିଷପତ୍ର ଏଣେତେଣେ ଫୋପାଡି ଦେଇଥିଲା । ଏଥି ସହ ଦୋକାନ ରେ ଥିବା ଚାରି ପାଞ୍ଚ ହଜାର ଟଙ୍କା ଚୋରି କରି ନେଇଯାଇଥିଲା ।ଏ ବାବଦରେ ବାରିପଦା ଟାଉନ ଥାନାରେ ସପନ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ପକ୍ଷରୁ ଅଭିଯୋଗ ର ତଦନ୍ତ କରିବାସହ କେସ ନମ୍ବର ୭୦/୧୯-୧-୨୦୨୩ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ପ୍ରକାଶ କାଣ୍ଡାଲ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ୧୦ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତିକରି ଚୁଡାନ୍ତ ରାୟ ପ୍ରକାଶ ପାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ଆଇନଜିବୀବୀ ସରୋଜ କୁମାର ଦାସ ପରିଚାଳନା କରିଥିଲେ ।