Onn 3

ଆଗରପଡ଼ା ଯୁବ ମହୋତ୍ସବ ପ୍ରସ୍ତୁତି ବୈଠକ

State

ଆଗରପଡ଼ା :ଦ୍ୱିତୀୟ ବାର୍ଷିକୀ ଆଗରପଡ଼ା ଯୁବ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ହେମପଦ୍ମ ଗାଲାକ୍ସି ଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ୨୫ ତାରିଖରୁ ଆରମ୍ଭ ହୋଇ ଜାନୁୟାରୀ ମାସ ୨ ତାରିଖ ପର୍ଯ୍ୟନ୍ତ ଉକ୍ତ ମହୋତ୍ସବ ଚାଲିବାର ସୂଚନା ମିଳିଛି । ବିଭିନ୍ନ ସଂଧ୍ୟାରେ ପ୍ରଶାସନିକ ଅଧିକାରୀ, ରାଜନେତା,ଫିଲ୍ମଷ୍ଟାର,ସାହିତ୍ୟିକ ଓ ସାମ୍ବାଦିକ ଯୋଗଦେବାକୁ ସମ୍ମତି ପ୍ରଦାନ କରିଛନ୍ତି ।

ଚିତ୍ତ ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଦିପୁ ସିଂହ, ପୁପୁନା ଖୁଣ୍ଟିଆ, ଜିତେନ୍ଦ୍ର ଶତପଥି, ବାବୁ ରାମ, ସିପୁ ପାଣିଗ୍ରାହୀ, ହିମାଦ୍ରୀ ମହାନ୍ତି, ପିଙ୍କୁ ପୃଷ୍ଟି, ବାବୁଲି ପତି, ସନ୍ତୋଷ ନାୟକ, ସିଲୁ ସିଂହ ପ୍ରମୁଖ ସଦସ୍ୟଙ୍କ ସମେତ ଉପଦେଷ୍ଟା ମଣ୍ଡଳୀର ଦିଲିପ ପୁହାଣ, ଚିତ୍ତରଂଜନ ଉଦ୍‌ଗାତା, ଟୁଟୁଆ ରାୟ, ପ୍ରଣୟ ସିଂହ, ରବି ଆଇଚ, ଜୈନୁଲ ଆବେଦିନ, ପ୍ରଫୁଲ୍ଲ ବିଷ୍ୱାଳ ଓ ତପନ ପୃଷ୍ଟି ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।