Onn 3

ବ୍ଲକ ସମ୍ମିଳନୀ କକ୍ଷରେ “ଆମ ଓଡ଼ିଶା ନବୀନ ଓଡ଼ିଶା” ବୈଠକ

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ପଞ୍ଚାୟତସମିତି ସମ୍ମିଳନୀ କକ୍ଷରେ ଶୁକ୍ରବାର ଅପରାହ୍ନରେ ୪୧ଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ସଭ୍ୟା ଓ ଜିଲ୍ଲା ପରିଷଦ ସଭ୍ୟାଙ୍କ ସମେତ ବ୍ଲକ କାର୍ଯ୍ୟାଳୟ କର୍ମଚାରୀମାନଙ୍କୁ ନେଇ ନବୀନ ଓଡ଼ିଶା ନିୟମାବଳୀ ସଂକ୍ରାନ୍ତ ଏକ ବୈଠକ ଅନୁଷ୍ଠିତ ହୋଇଛି । ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୃତିରଂଜନ ଦେଓଙ୍କ ଅଧ୍ୟକ୍ଷତାରେ ଏଥିରେ ବ୍ଲକ ନିର୍ବାହୀ ଯନ୍ତ୍ରୀ ସତ୍ୟରଂଜନ ପଣ୍ଡା , ସହକାରୀ ଯନ୍ତ୍ରୀ ନଳିନୀକାନ୍ତ ମହାପାତ୍ର, ଭାରପ୍ରାପ୍ତ ଅତିରିକ୍ତ ବିଡ଼ିଓ ବିଷ୍ଣୁଚରଣ ବେହେରା , କନିଷ୍ଠ ଯନ୍ତ୍ରୀ ବନ୍ୟା ମହାନ୍ତି, ବିଭୁଦତ୍ତ ରାଉତରାୟ, ଅନାମ ବିଶ୍ୱାଳ, ଏଲିନା ମହାନ୍ତି, ପ୍ରିୟଦର୍ଶିନୀ ରାଉତ , ସମତା ଦେବତା, ଡ଼ିଏନ୍ ଦଳ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଗ୍ରାମାଞ୍ଚଳର ବିକାଶମୂଳକ କାର୍ଯ୍ୟ କରିବା ପାଇଁ ପ୍ରତ୍ୟେକ ପଞ୍ଚାୟତକୁ ଯୋଗାଇ ଦିଆଯିବାକୁ ଥିବା ୫୦ଲକ୍ଷ ଟଙ୍କା ସରକାରୀ ଅନୁଦାନକୁ କେଉଁ କେଉଁ ପ୍ରକଳ୍ପ ରେ ଖର୍ଚ୍ଚ ହୋଇପାରିବ ସେ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ବିଶେଷ କରି ଗ୍ରାମାଞ୍ଚଳର ଲୋକମାନେ ସେମାନଙ୍କର ସୁବିଧା ପାଇଁ ଯେଉଁ ପ୍ରକଳ୍ପ ଚୟନ କରିବେ ତାହାକୁ ଆକଳନ କରାଯାଇ ଆର୍ଥିକ ଅନୁଦାନ ଖର୍ଚ୍ଚ କରାଯିବା ସହିତ ୩ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ବୈଠକରେ ଜନପ୍ରତିନିଧି ମାନଙ୍କୁ ଅବଗତ କରାଯାଇଥିଲା । ଏକ ସପ୍ତାହ ମଧ୍ୟରେ ସମସ୍ତ ପଞ୍ଚାୟତ ଗୁଡ଼ିକରୁ ଯଥାଶୀଘ୍ର ପ୍ରକଳ୍ପ ଚୟନ କରି ଅନୁମୋଦନ କରିବା ପାଇଁ ବ୍ଲକ କାର୍ଯ୍ୟାଳୟରେ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରକଳ୍ପ ଚୟନ କଲାପରେ ଯନ୍ତ୍ରୀମାନେ ଯଥାଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ କରିବା ନେଇ ସ୍ଥିର ହୋଇଥିଲା ।