Onn 3

ରୁଷ ଆକ୍ରମଣରେ ଚୀନ୍ କନ୍‌ସୁଲେଟ୍ କ୍ଷତିଗ୍ରସ୍ତ

National & International

କିଏଭ୍ : ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଗୁରୁବାର ବନ୍ଦର ସହର ଓଡେସା ଉପରେ ରୁଷ୍ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ ଚୀନ୍ କନ୍‌ସୁଲେଟ୍ ଅଫିସ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହା ବ୍ୟତୀତ ବୁଧବାର ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି କହିଥିଲେ, ଏକ ବନ୍ଦର ସହର ଉପରେ ରୁଷ୍‌ର ଆକ୍ରମଣ ଫଳରେ ଚୀନ୍‌କୁ ପଠାଯିବା ପାଇଁ ଗଚ୍ଛିତ ଥିବା ୬୦ ହଜାର ଟନ୍ କୃଷି ଉତ୍ପାଦନ (ଶସ୍ୟ) ନଷ୍ଟ ହୋଇଛି । ଜୁଲାଇ ୧୭ରେ ୟୁକ୍ରେନ୍ ସହିତ ରୁଷ ‘ବ୍ଲାକ୍ ସି ଗ୍ରେନ୍ ଡିଲ୍‌’ର ଅନ୍ତ ଘଟାଇଥିଲା । ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ କ୍ରିମିୟା ବ୍ରିଜ୍ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ଲୋକ ପ୍ରାଣ ହରାଇଥିଲେ । ୟୁକ୍ରେନ୍‌କୁ ମିଲିଟାରୀ ସପ୍ଲାଇ ପଠାଇବାରେ ଏହି ବ୍ରିଜ୍ ରୁଷ ପାଇଁ ଗୁରୁତ୍ୱପୂର୍ଣ୍ଣ ରୁଟ୍ ।

ଏହି ଆକ୍ରମଣ ପାଇଁ ରୁଷ ୟୁକ୍ରେନ୍‌କୁ ଦାୟୀ କରିଥିଲା । ଏହା ପରଠାରୁ ରୁଷ ଲଗାତାର ୟୁକ୍ରେନ୍‌ର ବନ୍ଦର ସହରଗୁଡ଼ିକ ଉପରେ ଜବାବୀ ଆକ୍ରମଣ ଜାରି ରଖିଛି । ୟୁକ୍ରେନ୍ ସେନା ଅନୁସାରେ ରୁଷ ୧୯ ମିସାଇଲ୍ ଓ ୧୯ ଡ୍ରୋନ୍ ଆକ୍ରମଣ କରିଛି । ଏହା ମଧ୍ୟରୁ ୟୁକ୍ରେନ୍ ମାତ୍ର ୫ ମିସାଇଲ୍ ଓ ୧୩ ଡ୍ରୋନ୍‌କୁ ମାରି ଖସାଇବାରେ ସଫଳ ହୋଇଛି ।