Onn 3

ମଦ୍ରାସାରୁ ୧୦,୧୮୫ ଛାତ୍ର ଗାଏବ

National & International

ହରଦୋଇ: ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାର ମଦ୍ରାସାଗୁଡ଼ିକରେ ପଢ଼ୁଥିବା ଛାତ୍ରଙ୍କ ନାମାଙ୍କନ ସହିତ ଆଧାର ବାଧ୍ୟତାମୂଳକ କରାଯିବା ପରେ ମଦ୍ରାସାରେ ଜାଲିଆତିର ପର୍ଦ୍ଦାଫାସ୍ ହୋଇଛି । ଆଧାର ଅନିବାର୍ଯ୍ୟ ହେବାପରେ ଗତବର୍ଷ ସୁଦ୍ଧା ଜିଲ୍ଲାର ମଦ୍ରାସାଗୁଡ଼ିକରେ ପଞ୍ଜୀକୃତ ୧୦ ହଜାର ୧୮୫ ଛାତ୍ର ଅଚାନକ ଗାଏବ ହୋଇଯାଇଛନ୍ତି । ଏପରିକି କେତେକ ମସ୍ରାଦାରେ ୯୦ ପ୍ରତିଶତରୁ ଅଧିକ ଛାତ୍ରଙ୍କ ସମ୍ପର୍କରେ କୌଣସି ତଥ୍ୟ ମିଳିପାରୁ ନାହିଁ । ଚଳିତ ଶିକ୍ଷାବର୍ଷରେ ସମସ୍ତ ଛାତ୍ରଙ୍କ ତଥ୍ୟ ଆଧାର ସହିତ ଲିଙ୍କ କରିବାକୁ ସରକାରୀ ନିର୍ଦ୍ଦେଶ ଦେଇଥିଲେ ।

ଫଳରେ ଛାତ୍ରବୃତ୍ତି ସହିତ ଅନ୍ୟ ଆର୍ଥିକ ସହାୟତା ସିଧା ଛାତ୍ରମାନଙ୍କ ଆକାଉଣ୍ଟ୍‌କୁ ଯିବା ସହିତ ଛାତ୍ରଙ୍କ ତଥ୍ୟରେ କୌଣସି ଜାତିଆତି ହୋଇପାରିବ ନାହିଁ । ସରକାରୀ ଯୋଜନାର ଲାଭ ନେବା ନିମନ୍ତେ ବହୁ ଥର ଛାତ୍ରଙ୍କ ପଞ୍ଜୀକରଣ କୌଣସି ମଦ୍ରାସା କିମ୍ବା ମ୍ୟୁନିସିପାଲିଟି ସ୍କୁଲ୍‌ରେ କରିଦିଆଯାଇଥାଏ । ବାସ୍ତବରେ ସେମାନେ କୌଣସି ବେସରକାରୀ ସ୍କୁଲ୍‌ରେ ପଢ଼ୁଥାନ୍ତି କିମ୍ବା ସେମାନଙ୍କର କୌଣସି ଅସ୍ତିତ୍ୱ ନଥାଏ । ହରଦୋଇ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମୋଟ ୧୪୧ ମଦ୍ରାସା ଥିବାବେଳେ ଗତ ଶିକ୍ଷାବର୍ଷରେ ସେଠାରେ ୨୫,୯୪୪ ବିଦ୍ୟାର୍ଥୀ ଅଧ୍ୟୟନ କରୁଥିଲେ । ମାତ୍ର ଆଧାର ଲିଙ୍କ୍ ଅନିବାର୍ଯ୍ୟ ହେବାପରେ ଏବେ ଏହି ସଂଖ୍ୟା ହ୍ରାସ ପାଇ ୧୫,୭୫୯ ହୋଇଛି । ଅର୍ଥାତ୍ ୧୦,୧୮୫ ଛାତ୍ରଙ୍କ କୌଣସି ପତ୍ତା ନାହିଁ ।