Onn 3

ଵହଳଦା ତହସିଲ ଠାରୁ ଅଗ୍ନିଶମ କାର୍ଯ୍ୟାଳୟ ରାସ୍ତା ମରଣଯନ୍ତା ; ମରାମତି ପାଇଁ ଗ୍ରାମବାସୀଙ୍କ ଦାବି

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଵହଳଦା ତହସିଲ ଅଫିସରୁ ଅଗ୍ନିଶମ କାର୍ଯ୍ୟାଳୟ ୫୦୦ ମିଟର ସିମେଣ୍ଟ କଂକ୍ରିଟ ରାସ୍ତା ମରଣଯନ୍ତା ।ଏହା ଏକ ଅଣ ଓସାରିଆ ରାସ୍ତା । କଂକ୍ରିଟ ଉଠି ରାସ୍ତା ଫାଟି ଆଁ ହେଲାଣି ।ଏହି ରାସ୍ତା ପାର୍ଶ୍ବରେ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ପ୍ରାଥମିକ ବିଦ୍ୟାଳୟ ଅଛି ।ଛୋଟଛୋଟ ପିଲାମାନେ ପାଠ ପଢ଼ୁଛନ୍ତି । ରାସ୍ତା ସାରା ଖାଲି କମାଲ ।ଅଗ୍ନିଶମ ଗାଡ଼ି ଯିବା ମଧ୍ୟ କଷ୍ଟ ।କୁନି ପିଲାମାନେ ରାସ୍ତାରେ ଯିବା ସମୟରେ ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି ।

ଏହା ମରାମତି ଅଭାବରୁ ମରଣଯନ୍ତା ପାଲଟିଛି ।ତେଣୁ ବ୍ଳକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତା ତୁରନ୍ତ ମରାମତି କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।