Onn 3

ବଡାମତଳିଆ ଲ୍ଯାମ୍ପରେରେ ଧାନ ମଣ୍ଡି ଉଦଘାଟିତ

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଳକର ଖନ୍ତ ପଞ୍ଚାୟତର ବଡାମତଳିଆ ଲ୍ଯାମ୍ପରେ ସୋମବାର ଦିନ ଧାନମଣ୍ଡି ଶୁଭ ଉଦଘାଟିତ ହୋଇଯାଇଛି ।ଲ୍ଯାମ୍ପର ସଭାପତି ଚକ୍ରଧର ମାଝୀ ନଡ଼ିଆ ଫଟାଇ ଫିତା କାଟି ମଣ୍ଡିର ଶୁଭ ଉଦ୍ଘାଟନ କରିଥିଲେ । ଲ୍ଯାମ୍ପର ଏମଡି ତାପସ ରଂଜନ ବାରିକ ଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଖନ୍ତ ସରପଞ୍ଚ କାନ୍ଦ୍ରା ମାହାଲି,ଚଢଏଇପଆହଆଡଇ/ ସରିବା ଗ୍ରାମ ଉନ୍ନୟନ ଅଧିକାରୀ ନିରଞ୍ଜନ ମହାନ୍ତ,ଲୁହାଶିଳାର ଉମା ଧାମେଲ, ଆରେମସି ପ୍ରତିନିଧି ସୌମ୍ୟରଞ୍ଜନ ପଣ୍ଡା, ବରିଷ୍ଠ ସାମ୍ବାଦିକ ଯୁଧିଷ୍ଠିର ପରିଡ଼ା,ନିରଜ ସାହୁ, ସୁରେନ୍ଦ୍ର ମୁଣ୍ଡା ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ପ୍ରମୁଖ ଯୋଗ ଦେଇଥିଲେ । ଚାଷୀମାନେ କିଭଳି ସରକାରଙ୍କ ନିୟମ କାନୁନ ଅନୁସାରେ ଧାନ ବିକ୍ରୟ କରି ଲାଭବାନ ହୋଇ ପାରିବେ ତାହା ଉପରେ ଅତିଥି ଗଣ ମନ୍ତବ୍ୟ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଲ୍ଯାମ୍ପର ସମସ୍ତ କର୍ମଚାରୀ ଗଗନ ବିହାରୀ ସି,ରଜତ ମହାନ୍ତ, ସୁରେନ୍ଦ୍ର ପାତ୍ର, ବିଶିଷ୍ଟ ଚାଷୀ ଅଜିତ ମହାନ୍ତ,ସଂଞ୍ଜୟ ଵେହେରା ଏବଂ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଅଦିନିଆ ବର୍ଷା ଯୋଗୁଁ ଧାନ ଅମଳ ଧିମେଇ ଯାଇଛି । ସପ୍ତାହର ସୋମବାର ଏବଂ ବୁଧବାର ଦିନ ଚାଷୀମାନେ ମଣ୍ଡିରେ ଟଓକନ ପାଇଥିବା ଚାଷୀମାନେ ଧାନ ବିକ୍ରୟ କରି ପାରିବେ ବୋଲି ଏମଡି ତାପସ ରଂଜନ ବାରିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।