Onn 3

କେନ୍ଦୁପାଟଣା ଉଚ୍ଚ ବିଦ୍ୟାଳୟର ୧୯୭୪ ମାଟ୍ରିକ ବ୍ୟାଚ୍ ବନ୍ଧୁମିଳନ

State

ନିଶ୍ଚିନ୍ତକୋଇଲି :କେନ୍ଦୁପାଟଣା ଉଚ୍ଚ ବିଦ୍ୟାଳୟର ୧୯୭୪ ମସିହା ମାଟ୍ରିକ ବ୍ୟାଚ୍ ସହପାଠୀ ଙ୍କ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଜିଗ୍ନୀପୁର ବ୍ରହ୍ମକ୍ଷେତ୍ର ପୀଠ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି । ଏହି ବ୍ୟାଚର ଛାତ୍ର ଅଚ୍ୟୁତାନନ୍ଦ ସ୍ୱାଇଁ ଏବଂ ଅରବିନ୍ଦ ମହାନ୍ତିଙ୍କ ସଂଯୋଜନାରେ ବହୁ ବନ୍ଧୁମାନଙ୍କୁ ଏକଜୁଟ କରାଯାଇ ଆଗାମୀ ଦିନର ବିଭିନ୍ନ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଆଲୋଚନା କରାଯାଇଛି ।

ମନ୍ଦିରର ମ୍ୟାନେଜିଂ ଟ୍ରଷ୍ଟି ତଥା ସହପାଠୀ ଧିରେନ୍ଦ୍ରନାଥ ବେହେରାଙ୍କ ପୌରହିତ୍ୟରେ ଏଥ୍‌ôରେ ବିଚିତ୍ରାନନ୍ଦ ସାମଲ, ସୁଧିରଚନ୍ଦ୍ର ନାୟକ, ଚନ୍ଦ୍ରଭାନୁ ଦାସ, ପ୍ରମୋଦଚନ୍ଦ୍ର ମିଶ୍ର, ପ୍ରଭାତ କୁମାର ଭୂୟାଁ, କୈଳାସଚନ୍ଦ୍ର ଦଳାଇ, ଦେବେନ୍ଦ୍ରନାଥ ରାଉତ, ରାଜକିଶୋର ସ୍ୱାଇଁ , ଅଶୋକ କୁମାର ନନ୍ଦ, ଦୁଷ୍ମନ୍ତ କୁମାର ବଳ, ଫଗୁଚରଣ ପ୍ରଧାନ ଓ ଅଭିମନ୍ୟୁ ବେହେରା ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ଜୀବନର ବିଭିନ୍ନ ସ୍ମୃତି ଓ ଅନୁଭୂତିକୁ ଆଲୋଚନା କରି ଉତ୍ସାହିତ ହୋଇଥିଲେ । ଆଗାମୀ ଦିନରେ ଉକ୍ତ ବ୍ୟାଚର ପାରିବାରିକ ବନ୍ଧୁମିଳନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହେବା ସହ ଦିନ ମଧ୍ୟ ଧାର୍ଯ୍ୟ ହୋଇଛି ।