Onn 3

ଡିସେମ୍ବର ୧୭ ରେ ମହାରାଜା ଶ୍ରୀରାମ ଚନ୍ଦ୍ରଙ୍କ ୧୫୩ ତମ ଜୟନ୍ତୀ

State

ଗୌରବ ଦିବସ କୁ ପାଳନ ନିମିତ୍ତ ବ୍ୟାପକ ପ୍ରସ୍ତୁତି
ଭଞ୍ଜଗୌରବ ଉପାଧିରେ ବିଭୂଷିତ ହେବେ ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ

ବାରିପଦା: ଚଳିତ ଡିସେମ୍ବର ମାସ ୧୭ ତାରିଖରେ ପାଳିତ ହେବାକୁ ଥିବା ମୟୂରଭଂଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ଙ୍କ ୧୫୩ତମ ଜୟନ୍ତୀ ଅବସରରେ ଗୌରବ ଦିବସ ଉତ୍ସବକୁ ଧୁମ୍ ଧାମରେ ପାଳନ କରିବାକୁ ବ୍ୟାପକ ପ୍ରସ୍ତୁତି ହୋଇଛି l ଆମେ ମୟୂରଭଞ୍ଜିଆ, ବାରିପଦା ପୌପରିଷଦ ଏବଂ ସଂସ୍କାର ଶିଶୁ ମହୋତ୍ସବ କମିଟି ମୟୂରୀ ପକ୍ଷରୁ ମିଳିତ ଭାବେ ଆସନ୍ତା ରବିବାର ଗୌରବ ପାଳନ ପାଇଁ ବାରିପଦା ପୌରପରିଷଦ ଅତିଥି ଶାଳା ରେ ଏକ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ସଂସ୍କାର ଶିଶୁ ମହୋତ୍ସବ ମୟୂରୀର ଉପଦେଷ୍ଟା ତଥା ବିଶିଷ୍ଟ ଶିକ୍ଷାବିତ୍ ଡ଼ ବନଜା ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ଆମେ ମୟୂରଭଞ୍ଜିଆର ଅଧ୍ୟକ୍ଷ ସଞ୍ଜୟ କୁମାର ଚୌଧୁରୀ, ସଂସ୍କାର ଶିଶୁ ମହୋତ୍ସବ କମିଟି ମୟୂରୀ ର ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବି କ୍ଷେତ୍ରମୋହନ ପଣ୍ଡା, ବିଶିଷ୍ଟ ଶିକ୍ଷାବିତ୍ ଡ ତରୁଣ ଓଝା, ବିଶିଷ୍ଟ ପରିବେଶବିତ ବିବେକାନନ୍ଦ ପଟ୍ଟନାୟକ, ମୟୂରୀର ଉପସଭାପତି ଅର୍କିଟେକ୍ଟ ମନୋଜ କୁଅଁର, ସୁଧାମୟୀ ଦାସ, ପ୍ରଣତି ପଟ୍ଟନାୟକ, ବିପ୍ଳବ ଦାଶ, ସନ୍ତୋଷ ପୃଷ୍ଟି ,ଯୁଗ୍ମ ସମ୍ପାଦକ ସଂଗ୍ରାମ କେଶରୀ ଭଞ୍ଜ ଦେଓ, ପ୍ରଭାସ ମହାନ୍ତ, ସଞ୍ଜୟ ବେହେରା, ଚନ୍ଦନ ସେଜପଡ଼ା, ଦର୍ଶନା ଭଞ୍ଜଦେଓ ଏବଂ ପ୍ରଭାତ୍ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ନିଷ୍ପତ୍ତି ଅନୁଯାୟୀ ଚଳିତ ବର୍ଷ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ଙ୍କ ୧୫୩ ତମ ଜୟନ୍ତୀକୁ ଗୌରବ ଦିବସ ଭାବେ ବାରିପଦା ପୌରପରିଷଦ ଶିଶୁ ଉଦ୍ୟାନ ପରିସର ରେ ଥିବା ଐତିହାସିକ ବ୍ୟାଣ୍ଡଷ୍ଟାଣ୍ଡ ଠାରେ ରବିବାର ଦିନ ବେଶ୍ ଧୁମ୍ ଧାମରେ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି l

ଏହି ଅବସର ରେ ଶିଶୁ ଉଦ୍ୟାନ ପରିସର ରେ ରବିବାର ସକାଳ ୯ଟା ରୁ କାର୍ଯ୍ଯ କ୍ରମ ଆରମ୍ଭ ହୋଇ ସଂଧ୍ୟାରେ ଉଦଯାପନୀ ଉତ୍ସବ ଏବଂ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହେବ l ସକାଳ ୯ ଟା ୩୦ ରେ ୬ଷ୍ଠ ରୁ ଦଶମ ଶ୍ରେଣୀ ମଧ୍ୟାରେ ଛାତ୍ର ଛାତ୍ରୀଙ୍କୁ ନେଇ ରଙ୍ଗୋଲି ପ୍ରତିଯୋଗିତା, ମହାରାଜା ଶ୍ରୀରାମଚନ୍ଦ୍ରଙ୍କର ପୋଟ୍ରେଟ ଅଙ୍କନ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାରାଜା ଶ୍ରୀରାମ ଚନ୍ଦ୍ରଙ୍କ ଭୂମିକା ଶୀର୍ଷକରେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହେବ l ସେହିପରି ଅପରାହ୍ନ ୩ଟାରେ ନବୋତ୍କଳ ର ନବ ନିର୍ମାତା ମହାରାଜା ଶ୍ରୀରାମ ଚନ୍ଦ୍ର ଶୀର୍ଷକରେ ବକ୍ତୃତା ପ୍ରତିଯୋଗିତା, ଏବଂ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସିଦ୍ଧାନ୍ତ ହୋଇଛି l ଏହି ଅବସରରେ ଓଡିଶାର ପ୍ରଥମ ଫଟୋ ସାମ୍ବାଦିକ, ବ୍ୟଙ୍ଗ କଥା ଶିଳ୍ପୀ, ଲିପି ସଂସ୍କାରକ, ରଥମିସ୍ତ୍ରୀ ତଥା ଫିଲ୍ମ ଅଭିନେତା ଶତାୟୁ ପୁରୁଷ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ବିନ୍ଧାଣୀଙ୍କ ଭଳି ବହୁବିଧ ପ୍ରତିଭାର ଅଧିକାରୀ ଶତାୟୁ ପୁରୁଷ ଙ୍କୁ ଭଞ୍ଜଗୌରବ ଉପାଧିରେ ବିଭୂଷିତ କରାଯିବ l ଶ୍ରୀଯୁକ୍ତ ବିନ୍ଧାଣୀଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ମୋମେଣ୍ଟ ସହିତ ନଗଦ ଦଶ ହଜାର ଶହେ ଏକ ଟଙ୍କା ପ୍ରଦାନ କରାଯିବ l ଦିବସ ବ୍ୟାପି ଏହି କାର୍ଯ୍ୟକ୍ରମ ରେ ହିମଦ୍ରୀ ତନୟାଙ୍କ ଦ୍ଵାରା ଦେଶାତ୍ମବୋଧକ ଝୁମର ପରିବେଷଣ ସାଙ୍ଗକୁ ହରିହର କଳା ମନ୍ଦିର, ପୁର୍ଣ୍ଣଚନ୍ଦ୍ର ପୁର ଉପ୍ରବିଦ୍ୟାଳୟ ପକ୍ଷରୁ ନୃତ୍ୟା ଭିନୟ ଏହା ସହିତ ଅଯୁକ୍ତା ତ୍ରିପାଠୀ ଓ ଅନ୍ୟ କୁନି କୁନି ପ୍ରତିଭାଙ୍କ ଦ୍ୱାରା ବ୍ୟାଣ୍ଡ ଷ୍ଟାଣ୍ଡ ଠାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି l ଏହି ଉତ୍ସବକୁ ସଫଳ କରିବାକୁ ଏବଂ ଦିବସ ବ୍ୟାପୀ ଗୌରବ ଦିବସରେ ସାମିଲ୍ ହେବାକୁ ଆୟୋଜକ ମଣ୍ଡଳୀ ଙ୍କ ପକ୍ଷରୁ ନିବେଦନ କରା ଯାଇଛି l