Snake 2 19 750x430

ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେଡି ବିଧାୟକ, ଗୃହ ମୁଲତବୀ

State

ଭୁବନେଶ୍ବର : ବିଧାନସଭାରେ ଅପରାହ୍ନରେ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ କାଲିଯାଏଁ ମୁଲତବୀ ହୋଇଛି । ରାଜ୍ୟପାଳଙ୍କ ପୁଅ ମାମଲାରେ ବିରୋଧୀଙ୍କ ହୋହଲ୍ଲା ପରେ ଗୃହକୁ ଆସନ୍ତାକାଲି ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି । ଗୃହର ମଧ୍ୟଭାଗକୁ ଆସି ବିଜେଡି କଂଗ୍ରେସ ବିଧାୟକ ହୋହଲ୍ଲା କରିଥିଲେ । ବିଜେଡି ବିଧାୟକ ଧ୍ରୁବ ସାହୁ ବାଚସ୍ପତିଙ୍କ ମାଇକ୍ ଭାଙ୍ଗିଦେଇଥିଲେ । ସକାଳେ ମଧ୍ୟ ହୋହଲ୍ଲା ଯୋଗୁଁ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରଖାଯାଇଥିଲା । ତେବେ ଅପରାହ୍ନରେ  ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହେବାରୁ ଗୃହକୁ କାଲିଯାଏଁ ମୁଲତବୀ ରଖାଯାଇଛି ।