Onn 3

ସନ ସାଇନ୍ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୨୩ ତମ ବାର୍ଷିକ କ୍ରୀଡା ପାଳିତ

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ମହୁଲଡିହାସ୍ଥ ୨୦୦୧ ରୁ ସ୍ଥାପିତ ଅଗ୍ରଣୀ ଇଂରାଜୀ ମିଡିୟମ ସ୍କୁଲର ୨୩ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଶନିବାର ଦିନ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଵିଦ଼୍ଯାଳୟର ଅଭିଭାବକ, ଶିକ୍ଷକ , ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀଙ୍କ ଉପସ୍ଥିତରେ ଅନୁଷ୍ଠାନର ସଂପାଦକ ଶିକ୍ଷାବିତ୍ ଶ୍ରୀ ତପନ ଲେଙ୍କା କ୍ରୀଡା ପତାକା ଉତ୍ତୋଳନ କରି ଖେଳର ଶୁଭାରମ୍ଭ କରିଥିଲେ ।

ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୌଡ଼, ମ୍ଯୁଜିକ ଚେୟାର, ଦୌଡ଼, ବିସ୍କୁଟ ଖିଆ, ପ୍ରଭୃତି ବିଭିନ୍ନ ପ୍ରକାରର ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ପରେ ଉଦଯାପନୀରେ ମୁଖ୍ୟ ଅତିଥି ଭାବେ ବିଧାୟକ ନବ ଚରଣ ମାଝି, ସମ୍ମାନିତ ଅତିଥି ଭାବେ ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ କବିତା ପଣ୍ଡା, ଲିପିକା ମହାପାତ୍ର, ଦୀପିକା ଟୁଡୁ, ଦେବାଶିଷ ମହାନ୍ତ, ରଶ୍ମିତା ମହାନ୍ତ, ପିଙ୍କି ପଢିଆରୀ, ଲିଜା ମହାନ୍ତ, ଅଶୈୟା ଏବଂ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।