Moahn In Os 750x430

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ୨୪ ବର୍ଷରେ ୧୦୦ ହତ୍ୟା

State

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରେ ଗତ ୨୪ ବର୍ଷରେ ୧୦୦ଜଣଙ୍କୁ ହତ୍ୟା କରାଯାଇଛି । ଆଜି ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୨୪ ବର୍ଷରେ ହିଞ୍ଜିଳିରେ ୧୦୦ଟି ହତ୍ୟା ଘଟଣା ଘଟିଛି । ଏଥିରେ ମୋଟ ୩୨୮ ଜଣ ହତ୍ୟାକାରୀଙ୍କୁ ଚିହ୍ନଟ କରାଯାଇ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ମୋଟ ୧୦୦ଟି ଘଟଣାରୁ ମାତ୍ର ୨ ଗୋଟି ମାମଲାରେ ଦୋଷୀଙ୍କୁ ଦଣ୍ଡିତ କରାଯାଇଛି । ୨୨ଟି ମାମଲାରେ ଦୋଷୀ ମୁକ୍ତ ହୋଇଥିବା ବେଳେ ଏବେ ବି ୬୯ଟି ମାମଲା ବିଚାରଧୀନ ଅବସ୍ଥାରେ ରହିଛି ।

ସେହିପରି ଗଞ୍ଜାମ ଜିଲ୍ଲାରେ ଅପରାଧିଙ୍କୁ ଧରିବା କାର୍ଯ୍ୟରେ ମୋଟ ୩୭ଟି ମାମଲାରେ ଅପରାଧିମାନେ ପୋଲିସ୍ ଉପରକୁ ଗୁଳି ଚାଳନା କରିଛନ୍ତି । ଫଳରେ ୬୩ ଜଣ ପୁଲିସ ଅଧିକାରୀ ଆହତ ହୋଇଥିଲେ । ଆଉ ୩୭ଟି ମାମଲାରେ ୪୧ଜଣ ଅପରାଧିଙ୍କୁ ଏନକାଉଣ୍ଟର କରାଯାଇଛି ।