Onn 3

ସମାଜସେବୀଙ୍କ ପରଲୋକ

State

ଆଗରପଡ଼ା:ବନ୍ତ ବ୍ଲକ ଛୟାଳସିଂ ପଂଚାୟତ ଅନ୍ତର୍ଗତ ଛୟାଳସିଂ ଗ୍ରାମର ସମାଜସେବୀ ଶରତ ନାୟକଙ୍କ ୫୮ ବର୍ଷ ବୟସରେ ପରଲୋକ ଘଟିଛି । ସେ ପ୍ରାୟ ଏକ ବର୍ଷ ଧରି କିଡନୀ ରୋଗରେ ଆକାନ୍ତ ହୋଇ ନିଜ ବାସଭବନରେ ଚିକିତ୍ସାଧୀନ ଥିଲେ । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କର ଏକ ମାତ୍ର ପୁଅ ଓ ଝିଅଙ୍କ ସମତେ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ ।

ତାଙ୍କ ମର ଶରୀରକୁ ଏକ ଶୋଭା ଯାତ୍ରାରେ ଗ୍ରାମ ପରିକ୍ରମା କରାଯିବା ପରେ ସ୍ୱର୍ଗ ଦ୍ୱାର ପୁରୀରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ପୁଅ ଶ୍ରଦ୍ଧା ରଂଜନ ମୁଖାଗ୍ନି ଦେଇଥିଲେ । ସେ ଜଣେ ସରଳ,ଅମାୟିକ,ପରୋପକାରୀ ଓ ଧାର୍ମିକ ବ୍ୟକ୍ତି ଥିବା ବେଳେ ସମାଜସେବାରେ ନିଜକୁ ନିୟୋଜିତ କରି ସ୍ଥାନୀୟ ଅଂଚଳରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କ ଦେହାନ୍ତରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।