Onn 3

ଶ୍ରୀଅରବିନ୍ଦ ସାଧନାପୀଠ ଟ୍ରଷ୍ଟ ବାର୍ଷିକ ଉତ୍ସବ

State

ଆଗରପଡ଼ା :ବନ୍ତ ବ୍ଲକ ଆଗରପଡ଼ା ସ୍ଥିତ ଶ୍ରୀଅରବିନ୍ଦ ଟ୍ରଷ୍ଟର ୧୫ତମ ବାର୍ଷିକ ଉତ୍ସବ ଟ୍ରଷ୍ଟ ପରିସରରେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସକାଳ ୯ଘଟିକା ସମୟରେ ମାତୃ ପତାକା ଉତ୍ତୋଳନ କରାଯାଇଥିଲା । ମାତୃ ମନ୍ଦିରରେ ଧୂପ ପୁଷ୍ପ ଅର୍ପଣ ଏବଂ ସମବେତ ଧ୍ୟାନ ପରେ ଏକ ସଭାର ଆୟୋଜନ କରାଯାଇଥିଲା । ବିଭୂତିଭାଇଙ୍କ ପରିଚାଳନାରେ ଅନ୍ନପୂର୍ଣ୍ଣା ଅପା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଡ଼ଃ ଗୋଲକ ବିହାରୀ ସାହୁ “ଶ୍ରୀଅରବିନ୍ଦଙ୍କର ସାବିତ୍ରୀ ମହାକାବ୍ୟରେ” ପ୍ରେମ ଓ ମୃତ୍ୟୁର ରହସ୍ୟ ସଂପର୍କରେ ଆଲୋଚନା କରିଥିଲେ । ଜନାର୍ଦ୍ଦନ ଆଚାର୍ଯ୍ୟ “ଶ୍ରୀଅରବିନ୍ଦଙ୍କ ଯୋଗ” ସଂପର୍କରେ ବକ୍ତବ୍ୟ ଦେଇଥିଲେ । ସାଧକ ପ୍ରଭାତ ନାୟକ “ଦିବ୍ୟ ଜନନୀଙ୍କ ଅନୁକମ୍ପା ହେଲା ପରମେଶ୍ୱରଙ୍କ ଅନୁମତି” ବିଷୟରେ ଆଲୋଚନା କରିଥିଲେ ।

ଗଣେଶ ପ୍ରସାଦ କରଶର୍ମା ତାଙ୍କର ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟାପକ ଦୟାନିଧି ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଡ଼ଃ ଭାଗବତ ତ୍ରୀପାଠୀ, ବିଭୂତି ଗିରି, ଡ଼ଃ ମଦନମୋହନ ଦାସ, ମଧୂମିତା ପରିଡ଼ା ପ୍ରମୁଖ ଟ୍ରଷ୍ଟ ସଦସ୍ୟ ସଭାରେ ଉପସ୍ଥିତ ଥିଲେ । ଏଥିରେ ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା ମାତୃ ଭକ୍ତମାନେ ଉପସ୍ଥିତ ଥିଲେ । ଦେବଭାଇ, ସନାଭାଇ, ମଞ୍ଜୁଅପା, କାଳନ୍ଦିଭାଇ, ହରିଭାଇ, ସୁଜାତାଅପା, ରକ୍କାନ୍ତଭାଇ, ଅଶୋକଭାଇ, ବିଜ୍ଞାନଭାଇ, ରବିଭାଇ, ପ୍ରତିଭାଅପା, ତୃପ୍ତିଅପା ପ୍ରମୁଖ ଯୋଗ ଦେଇଥିଲେ । ମେନେଜିଙ୍ଗଟ୍ରଷ୍ଟି ଅରୁଣ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସଂପର୍ଣ୍ଣ ହୋଇଥିଲା ।