Onn 3

ଗ୍ରାମୀଣ ଡ଼ାକ ସେବକଙ୍କ ଧର୍ମଘଟ

State

ଆଗରପଡ଼ା:ସର୍ବଭାରତୀୟ ସ୍ତରରେ ମିଳିତ କ୍ରିୟାନୁଷ୍ଠାନ କମିଟିର ନିଷ୍ପତ୍ତି ଓ ଆହ୍ୱାନ କ୍ରମେ ୧୨ତାରିଖ ମଙ୍ଗଳବାର ଠାରୁ ଗ୍ରାମୀଣ ଡ଼ାକ ସେବକଙ୍କ ଦୈନିକ କାର୍ଯ୍ୟ ନିର୍ଘଣ୍ଟ ସମୟ ୮ଘଣ୍ଟା ସ୍ଥିର କରିବା,ପ୍ରତି ୧୨ ବର୍ଷରେ ଆର୍ଥିକ ପଦୋନ୍ନତି ଦେବା ସୁପାରିଶକୁ ଶାଘ୍ର ଲାଗୁ କରିବା,୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ପ୍ରଦାନ କରିବା,ପେନ୍‌ସନ୍ ,ଗ୍ରାଚ୍ୟୁଇଟି ଓ ସେଭେରାନ୍ସ ଆଲଭନ୍ସ ୫ଲକ୍ଷ ଟଙ୍କା ପ୍ରଦାନ ଏବଂ ଟାର୍ଗେଟ ନାଁରେ ଅଧିକାରୀଙ୍କ ଜୁଲମ୍ ବନ୍ଦ ଆଦି ବିଭିନ୍ନ ଦାବି ନେଇ ଜାତୀୟ ଗ୍ରାମୀଣ ଡ଼ାକ ସେବକଙ୍କ ଦେଶବ୍ୟାପୀ ଅନିର୍ଦ୍ଦିଷ୍ଟ କାଳୀନ ଧମଁଘଟ ଆରମ୍ଭ ହୋଇଛି ।

ଏହି ପରିପ୍ରେକ୍ଷୀରେ ବନ୍ତ ବ୍ଲକ ଆଗରପଡ଼ା ସ୍ଥିତ ବିଟିପୁର ଡ଼ାକଘର ସାମ୍ନାରେ ଗ୍ରାମୀଣ ଡ଼ାକସେବକମାନେ ଧର୍ମଘଟ ଆରମ୍ଭ କରିଛନ୍ତି । ବିଟିପୁର ଉପଡ଼ାକଘର ଅଧିନରେ ବଡ଼ନୂଆଗାଁ, ବର୍ତ୍ତନା, ସନ୍ଦାଡ଼ୋ, ହରିପୁର, ରଟିଣା, ମହାନ୍ତିପଡ଼ା, ଜିଟିପୁର, ଅଣିଜୋ ଆଦି ଶାଖା ଡ଼ାକଘର କାମ କରୁଥିବା ବେଳେ ଲମ୍ବୋଧର ବେହେରା, ରମେଶ ଚନ୍ଦ୍ର ସାହୁ, ରାମଚନ୍ଦ୍ର ପ୍ରଧାନ, ପ୍ରହଲ୍ଲାଦ ସାହୁ, ସରତ ଜେନା, ବିଭୁ ପାତ୍ର, ଲକ୍ଷ୍ମୀପ୍ରିୟା ନାୟକ, ଅପ୍ରିତା ଦାଶ, ନମ୍ରତା ରାଉତ, ଅଂଶିକା ପଲତା, ସ୍ତିତିପ୍ରଜ୍ଞା ବାରିକ, କ୍ରୀଷ୍ଣା ମୁର୍ମୁ, ମନୋରଜଂନ ନାୟକ, ଭାଗବତ ଟୁଡ଼ୁ, ବିଶ୍ୱକଲ୍ୟାଣ ରଣା ଏବଂ ଭୁପେଶ ଜେନା ପ୍ରମୁଖ ଗ୍ରାମୀଣ ଡ଼ାକ ସେବକ ଧର୍ମଘଟରେ ସାମିଲ ଥିଲେ ।