Onn 3

୩ ସଂସ୍ଥା ଗଣିଲେ ୫୦ ହଜାର ଲେଖାଏ ଜରିମାନା

State

SATA-2-copy-copy-copy-61

ଭୁବନେଶ୍ୱର,୧୨।୧୨:ଭୁବନେଶ୍ୱରରେ ଟୁ-ଲେଟ୍‌ ଲଗାଉଥିଲେ ସାବଧାନ। କାନ୍ଥ କିମ୍ବା ବିଦ୍ୟୁତ୍‌ ଖୁଣ୍ଟରେ ମଧ୍ୟ ଟୁଲେଟ୍‌ ଲଗାଇ ପାରିବେ ନାହିଁ। କାରଣ ଏହି ଟୁ-ଲେଟ୍‌ ବିଜ୍ଞାପନ ଲଗାଇ ୩ ସଂସ୍ଥା ୫୦ ହଜାରଟଙ୍କା ଲେଖାଏ ଜରିମାନା ଦେଇଛନ୍ତି। ବିଏମ୍‌ସି ଏହି ଟଙ୍କା ନୟାପଲ୍ଲୀ ଅଞ୍ଚଳର ୩ ସଂସ୍ଥାଠାରୁ ଆଦାୟ କରିଛି। ଏହାସହ ବିଜ୍ଞାପନ ଲଗାଇଥିବା ସଂସ୍ଥା ନାମରେ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି।
କିଛି ସଂସ୍ଥା ଓ ଘର ମାଲିକ ଭଡ଼ା ଦେବା ପାଇଁ କାନ୍ଥ ବା ବିଦ୍ୟୁତ ଖୁଣ୍ଟ ଓ ସରକାରୀ ଜାଗାରେ ଟୁ-ଲେଟ୍‌ ଲେଖି ମାରୁଛନ୍ତି। ଏହା ସହରର ସୌନ୍ଦର୍ଯ୍ୟ ନଷ୍ଟ କରୁଛି। ଏ ନେଇ ବିଏମସି ଲୋକମାନଙ୍କୁ ପୂର୍ବରୁ ସଚେତନ କରିଥିଲା। ଏବେ ୩ ସଂସ୍ଥାଠାରୁ ସରକାରୀ ଜାଗାରେ ଟୁ-ଲେଟ୍‌ ମାରିବା ଅଭିଯୋଗରେ ବିଏମସି ୫୦ ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ କରିଛି। ହେଲେ ଜଣେ ବ୍ୟକ୍ତି ନିଜ ଘର ଭଡ଼ା ଲଗାଇବାକୁ ଚାହିଁଲେ ସେ ନିଜ ଘର ଆଗରେ ଟୁ-ଲେଟ୍‌ ମାରିପାରିବ ବୋଲି କୁହାଯାଇଛି।