Onn 3

ଜେଲ୍‌ରୁ ମୁକୁଳି ‘ଲ’ ପରୀକ୍ଷା ଦେଲେ ଅର୍ଚ୍ଚନା

State

archana

ଭୁବନେଶ୍ୱର,୧୨।୧୨: ଦୀର୍ଘ ୧୪ ମାସ ପରେ ଅର୍ଚ୍ଚନା ନାଗ ମଙ୍ଗଳବାର ଜେଲ୍‌ରୁ ମୁକୁଳିଛନ୍ତି । ସକାଳେ ଅର୍ଚ୍ଚନା ଝାରପଡ଼ା ଜେଲ୍‌ରୁ ବାହାରିଥିଲେ। ତାଙ୍କ ସହିତ ତାଙ୍କ ସ୍ବାମୀ ଜଗବନ୍ଧୁ ମଧ୍ୟ ଥିଲେ । ପରେ ସେଠାରୁ ସେ ଘରକୁ ଯାଇ ପରେ କ୍ୟାପିଟାଲ ‘ଲ’ କଲେଜରେ ପହଞ୍ଚିଥିଲେ। ମଙ୍ଗଳବାର ତାଙ୍କର ‘ଲ’ ପରୀକ୍ଷା ରହିଛି ।
ସୂଚନାଯୋଗ୍ୟ, ଅର୍ଚ୍ଚନା ବ୍ଲାକମେଲିଂ ମାମଲାରେ ଝାରପଡ଼ା ଜେଲ୍‌ରେ ଥିଲେ। ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ ପାଇ ସେ ମୁକୁଳିଛନ୍ତି । ୨ ଲକ୍ଷ ଟଙ୍କାର ୨ ଜଣ ଜାମିନଦାରଙ୍କ ବଦଳରେ ସେ ଜାମିନ ପାଇଛନ୍ତି । ପୂର୍ବରୁ ଅନ୍ୟ ଦୁଇଟି ମାମଲାରେ ଅର୍ଚ୍ଚନା ଜାମିନ ପାଇସାରିଛନ୍ତି ।