Onn 3

ଜାନୁୟାରୀ ପହିଲାରୁ ଆରମ୍ଭ ହେବ ଖରିଫ୍‍ ମାଣ୍ଡିଆ ସଂଗ୍ରହ; ଚଳିତ ମାସ ୩୧ରେ ଶେଷ ହେବ ଚାଷୀ ପଞ୍ଜୀକରଣ

State

1_fOM7B8YYGCQwdo-Ygz52Dg

ଭୁବନେଶ୍ୱର,୧୨।୧୨: ୨୦୨୩-୨୪ ଖରିଫ୍‍ ମାଣ୍ଡିଆ ସଂଗ୍ରହ ଆସନ୍ତା ଜାନୁୟାରୀ ପହିଲାରୁ ଆରମ୍ଭ ହେବ । ଏହି ପ୍ରକ୍ରିୟା ୨୦୨୪ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ରାଜ୍ୟର ସମସ୍ତ ମାଣ୍ଡିଆ ଚାଷୀ ସରକାରୀ ଅନୁମୋଦିତ ସଂଗ୍ରହକାରୀ ସଂସ୍ଥାକୃଷକ ସଂଗଠନ, ପାର୍ଟସ୍‍, ଲାମ୍ପସ୍‍, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଆସନ୍ତା ୩୧ ତାରିଖ ମଧ୍ୟରେ ପଞ୍ଜୀକରଣ କରିବାକୁ ଓଡ଼ିଶା ମିଲେଟ୍‍ ମିଶନ ପକ୍ଷରୁ ଅନୁରୋଧ କରାଯାଇଛି ।

ଅଧିକରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ମାଣ୍ଡିଆ ସଂଗ୍ରହ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଭାଗଚାଷୀମାନେ ମଧ୍ୟ ପଞ୍ଜୀକରଣ ପ୍ରକ୍ରିୟାରେ ନିୟମ ଅନୁସାରେ ଅଂଶଗ୍ରହଣ କରିପାରିବେ । ମାଣ୍ଡିଆ ବିକ୍ରୟ ପାଇଁ ଇଚ୍ଛୁକ ଥିବା ନୂତନ ଚାଷୀମାନେ ପଞ୍ଜୀକରଣ ଫର୍ମରେ ଥିବା ସମସ୍ତ ତଥ୍ୟକୁ ଆସନ୍ତା ୩୧ ତାରିଖ ମଧ୍ୟରେ ଲଗ୍‍ଇନ୍‍ ୱେବ୍‍ସାଇଟ୍‍
www.tdccorissa.org ରେ ଡିଜିଟାଇଜ୍‍ କରିବା ସହ ପଞ୍ଜୀକୃତ ଫର୍ମ ନିର୍ଭୁଲ ବୋଲି ସୁନିଶ୍ଚିତ କରାଇବାକୁ କୁହାଯାଇଛି ।

ଅଣଚାଷୀ କିମ୍ବା ଭୁଲ ତଥ୍ୟ ପ୍ରଦାନ କରିଥିବା ଚାଷୀଙ୍କୁ ପଞ୍ଜୀକୃତ କରାଯିବ ନାହିଁ । ୨୦୨୩-୨୪ ଖରିଫ୍‍ ଋତୁ ପାଇଁ ମାଣ୍ଡିଆର ସର୍ବନିମ୍ନ ସହାୟକ ମୂଲ୍ୟ ୩ ହଜାର ୮୪୬ ଟଙ୍କା ଧାର୍ଯ୍ୟ କରାଯାଇଛି ।