Onn 3

କୋର୍ଟ ପ୍ରତିଷ୍ଠା ବିଳମ୍ବକୁ ନେଇ ଜନ ଅସନ୍ତୋଷ, ନିର୍ମାଣକୁ ୪ବର୍ଷ ପରେବି ଅପେକ୍ଷାର ଅନ୍ତ ଘଟୁନି

State

ଆଗରପଡ଼ା: ସରକାର ଜନ ସାଧାରଣମାନକୁ ସରଳ ଓ ସୁବିଧାରେ ନ୍ୟାୟ ପ୍ରଦାନ ସହ ନ୍ୟାୟପାଳିକାକୁ ଅଧିକ କ୍ରିୟାଶୀଳ କରାଇବା ଉଦ୍ଦେଶ୍ୟରେ ପ୍ରତି ତହସିଲ ଅଧୀନରେ ଗୋଟିଏ ଲେଖାଏଁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ତଥା କନିଷ୍ଠ ଦେୱାନୀ ଅଦାଲତ ପ୍ରତିଷ୍ଠା କରିବାର ଯୋଜନା କରିଛନ୍ତି । ଇତି ମଧ୍ୟରେ ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଦୀର୍ଘ ବର୍ଷ ହେବ ଉକ୍ତ କୋର୍ଟ ପ୍ରତିଷ୍ଠା ହୋଇସାରିଥିବାବେଳେ ସମସ୍ତ ଦୃଷ୍ଟି କୋଣରୁ ବନ୍ତ ଏକ ସମସ୍ୟା ବହୁଳ ଅଂଚଳ କୁ ଉପଲବ୍ଧି କରି ବନ୍ତ କଲ୍ୟାଣ ମଣ୍ଡପ କୁ ଚିହ୍ନଟ କରାଯାଇ ଉକ୍ତ ଗୃହରେ ଅସ୍ଥାୟୀ ଭାବେ କୋର୍ଟକୁ କାର୍ଯ୍ୟକ୍ଷମ କରିବାକୁ ସ୍ଥିର ହୋଇ ଥିଲା । ହେଲେ ଉକ୍ତ କାର୍ଯ୍ୟ ଚାରି ବର୍ଷ ରୁ ଅଧିକ ହେବ ସଂପୁର୍ଣର୍ ହୋଇ ନଷ୍ଟ ହେବାକୁ ବସିବା ସହ ନୂତନ ଗୃହପାଇଁ ସ୍ୱତନ୍ତ୍ର ଖତିୟାନ ପ୍ରସୃତି ବେଳେ ଏହାର ଅହେତୁକ ବିଳମ୍ବତାକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଉଛି । ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଉକ୍ତ ଅଂଚଳରୁ ଦୃଢ଼ ଦାବି ହେଉଛି । ବନ୍ତ ବ୍ଲକ୨୦୮ ଗୋଟି ରେଭିନ୍ୟୁ ଗ୍ରାମ୨୫ଟି ପଂଚାୟତର ଦୁଇ ଲକ୍ଷ ବିଶିଷ୍ଟ ଜନସଂଖ୍ୟାକୁ ନେଇ ଗଠିତ ହୋଇଛି । ଏହାର ଗୁରୁତ୍ୱକୁ ନେଇ ଉକ୍ତ ସ୍ଥାନରେ ନ୍ୟାୟାଳୟ ପ୍ରତିଷ୍ଠା ପାଇଁ ଓକିଲ ସଂଘ , ସର୍ବସାଧାରଣ ଜନତା ଓ ବିଭିନ୍ନ ରାଜନୈତିକ ଦଳପକ୍ଷରୁ ଦାବିପତ୍ର ପ୍ରଦାନ ପରେ ଜିଲା ଜଜ୍‌ଙ୍କ ପକ୍ଷରୁ ବନ୍ତ କଲ୍ୟାଣ ମଣ୍ଡପକୁ ମରାମତି କରାଯାଇ ସେଥିରେ ଅସ୍ଥାୟୀ କୋର୍ଟ ପ୍ରତିଷ୍ଠା ପାଇଁ ସ୍ଥିର ହୋଇଥିଲା । ଇତି ମଧ୍ୟରେ ଉକ୍ତ ଗୃହର ସମସ୍ତ କାର୍ଯ୍ୟ ଦୀଘ ର୍ଚାରିିବର୍ଷରୁ ଅଧିକ ହେବ ସମ୍ପନ୍ନ ହୋଇ ରଂଗ ଦିଆ ସରି ସେଥିରେ ତାଲା ଝୁଲୁଛି । ଅନ୍ୟପକ୍ଷରେ ବରକୋଣା ଠାରେ ଥିବା ସ୍ଥାନକୁ କୋର୍ଟ ନାମରେ ଖତିୟାନ ପ୍ରସୃତ ସରିଛି । ଅସ୍ଥାୟୀ ଭାବେ ଚାଲିବାକୁ ଥିବା କୋର୍ଟ ବିଭିନ୍ନ ଲତା ଗୁଳ୍ୱ ରେ ଭର୍ତି ହୋଇ ନଷ୍ଟ ବେହାକୁ ବସିଛି । ବହୁ ଅର୍ଥ ଖର୍ଚ୍ଚ ହୋଇ କିଛି କାର୍ଯ୍ୟରେ ନଆସିବାରୁ ଅଂଚଳ ବାସୀଙ୍କ ପକ୍ଷରୁ ଷୋଭ ପ୍ରକାଶ ପାଉଛି । ସୂଚନା ଯେଗ୍ୟ; ବନ୍ତ ରେ କୋର୍ଟ ପ୍ରତିଷ୍ଠାପାଇଁ ଦଳମତ ନିର୍ବିଶେଷରେ ସମସ୍ତ ବର୍ଗର ବ୍ୟକ୍ତିବିଶେଷଙ୍କୁ ନେଇ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଶତାଧିକ ସଂଖ୍ୟାରେ ଆଇନଜୀବୀ, ବିଭିନ୍ନ ଦଳୀୟ ନେତା ,ନିର୍ବାଚିତ ପ୍ରତିନିଧି, ବୁଦ୍ଧିଜୀବୀ, ସ୍ୱୟଂ ସହାୟିକା ଫେଡେରେସନ୍‌ର କର୍ମକର୍ତ୍ତ,ା ସମାଜସେବୀ, ବ୍ୟବସାୟୀ, ସାମ୍ବାଦିକମାନେ ଉପସ୍ଥିତ ରହି ଉକ୍ତ ଅଂଚଳରେ କୋର୍ଟ ପ୍ରତିଷ୍ଠା ହେବା ଏକାନ୍ତ ପ୍ରୟୋଜନ ବୋଲି ଆଲୋଚନା ହେବାସହ ଏକ ଦାବିପତ୍ର ମାନ୍ୟବର ଭଦ୍ରକ ଜିଲା ଜର୍ଜ ଓ ଜିଲ୍ଲାପାଳ ମହୋଦୟଙ୍କୁ ପ୍ରଦାନ କରିଥିଲେ । ଏହାର ଗୁରୁତ୍ୱକୁ ଉପଲବ୍ଧି କରି ଭଦ୍ରକର ମାନ୍ୟବର ଜିଲା ଜର୍ଜ ବନ୍ତ ବ୍ଲକ ପରିଦର୍ଶନରେ ଆସି ଏହି ବିଷୟରେ ମାନ୍ୟବର ହାଇକୋର୍ଟକୁ ଜଣାଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁଳେ ଉକ୍ତ ସ୍ଥାନରେ ଅସ୍ଥାୟୀ ଭାବେ ଏକ ପ୍ରଥମ ଶ୍ରେଣୀ ନ୍ୟାୟାଳୟ ପ୍ରତିଷ୍ଠା ପାଇଁ ବିଭିନ୍ନ ଚିହ୍ନଟ ସହ ବରକୋଣାଠାରେ ଥିବା ସ୍ଥାନକୁ ଉପଯୁକ୍ତ ସ୍ଥାନଭାବେ ଚିହ୍ନଟ କରିଥିଲେ । ହେଲେ ଉକ୍ତ ସ୍ଥାନ ର ଆୟତନ କମ୍ ଥିବାରୁ ଉକ୍ତ ଗ୍ରାମର ଜଣେ ବଦାନ୍ୟ ବ୍ୟକ୍ତି ନିଜସ୍ୱ ବୃତି କୁ କୋର୍ଟ ନିର୍ମାଣ ପାଇଁ ଦାନକରିଥିଲେ । ଉକ୍ତ ଜମି ମଧ୍ୟ ଆଜି ଆଇନ ବିଭାଗ ,ଓଡ଼ିଶା ସରକାର ନାମରେ ରେକର୍ଡ ଼ଭୁକ୍ତ ହୋଇଛି । ଉକ୍ତ ଗୃହକୁ ଆରଡ଼ି ବିଭାଗପକ୍ଷରୁ ସଂପୁର୍ଣ୍ଣ ଭାବେ କୋର୍ଟ ର ଉପଯୁକ୍ତ ପରିବେଶରେ ନିର୍ମାଣ କରାଯାଇ ତାହାର କାର୍ଯ୍ୟ ଇତିମଧ୍ୟରେ ଚାରିିବର୍ଷରୁ ଅଧିକ ସଂପୁର୍ଣ୍ଣ ହୋଇଥିଲେ ମଧ୍ୟ ଏହାର ଶୁଭାରମ୍ଭ ହୋଇନି । ଉକ୍ତ ଗୃହକୁ ମଧ୍ୟ ମାନ୍ୟବର ଜିଲା ଜର୍ଜ ଙ୍କ ସହ ବିଭାଗୀୟ ଅଧିକାରୀ ପରିଦର୍ଶନ କରି ଅସ୍ଥାୟୀଭାବେ ବନ୍ତ କଲ୍ୟାଣ ମଣ୍ଡପକୁ ସ୍ଥିର କରି ଉକ୍ତ ରିପୋର୍ଟ ମାନ୍ୟବର ଉଚ୍ଚ ନ୍ୟାୟଳୟଙ୍କୁ ଅବଗତ କରିଛନ୍ତି । ହେଲେ ପରିଦର୍ଶନକୁ ମଧ୍ୟ ଏକବର୍ଷରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ତାହାର କିଛି ସୁଫଳ ମିଳିପାରିନାହିଁ । ଫଳରେ ବର୍ତ୍ତମାନ ପ୍ରତ୍ୟେକ ଛୋଟ ବଡ଼ ମାମଲା ପାଇଁ ଲୋକମାନଙ୍କୁ ଦୂରତାରେ ଥିବା ଭଦ୍ରକର ନଳାଙ୍ଗ ଠାରେ ପ୍ରତିଷ୍ଠା ହୋଇଥିବା ନୂତନ କୋର୍ଟକୁ ଯିବା ଆସିବାରେ ପକ୍ଷ ମାନେ ନାନା ସମସ୍ୟା ରେ ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି । ଦୈନନ୍ଦିନ ଏହି ଅଂଚଳରେ ଘଟୁଥିବା ଅପରାଧିକ ମାମଲାକୁ ନିୟନ୍ତ୍ରଣ କରିବା ପାଇଁ ବନ୍ତ , ଆଗରପଡ଼ା ଥାନା ସହ କେନ୍ଦୁଆପଦା ଫାଣ୍ଡି ଆଦି କାର୍ଯ୍ୟ କରୁଛନ୍ତି । ତେଣୁ ଅଂଚଳର ନାନାବିଧ ସମସ୍ୟାର ସମାଧାନ ଦିଗରେ ନିର୍ମାଣ ହୋଇ ତାଲା ଝୁଲୁଥିବା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ କୋର୍ଟ କୁ ଯଥାଶିଘ୍ର କାର୍ଯ୍ୟକ୍ଷମ କରିବାକୁ ଅଂଳବାସୀଙ୍କ ତରଫରୁ ଦୃଢ଼ ଦାବି ହେଉଛି ।