Onn 3

ସାମାଜିକ ଗଣମାଧ୍ୟମରେ ଓଡ଼ିଶାର ଶାସନ ବ୍ୟବସ୍ଥାକୁ ନେଇ କବିତା ପଢି ଚିନ୍ତାପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ

State

 

dharmendra

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମରେ ଜଣେ ଓଡ଼ିଆ ଉଦ୍ୟମୀ ଶାକ୍ୟସିଂହ ମହାପାତ୍ରଙ୍କ ଦ୍ୱାରା ଓଡ଼ିଶାର ଶାସନ ଓ ସାମାଜିକ ବ୍ୟବସ୍ଥାକୁ ନେଇ ଲିଖିତ ଏକ କବିତା ପଢିବା ପରେ ଚିନ୍ତାବ୍ୟକ୍ତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ଯେ ଶ୍ରୀ ମହାପାତ୍ର କବିତା ମାଧ୍ୟମରେ ଓଡ଼ିଶାର ଶାସନ ଓ ସାମାଜିକ ବ୍ୟବସ୍ଥା ଉପରେ ଥିବା ନିଜର ଉଦବେଗ ଓ ଅଭିବ୍ୟକ୍ତିକୁ ପ୍ରକାଶ କରିଛନ୍ତି ।

ତାଙ୍କର ଏହି କବିତା ପଢିବା ପରେ ବ୍ୟାସକବି ଫକୀରମୋହନ ସେନାପତି ୧୯୦୮ ମସିହାରେ ତାଙ୍କ ‘ଅରଟ’ ପ୍ରବନ୍ଧରେ ଲେଖିଥିବା ଏକ ପଦ୍ୟ ମନେପଡିଲା । ଫକୀରମୋହନ ଲେଖିଥିଲେ “ଓଳି ତଳେ ଲୁଣ କୋଟିଏ ମହଣ, ଆଉ ମୋହ କଥା ଶୁଣ, ବୋଇଲେ କି ହେବ, ଖାଇବାକୁ ହେବ ଲିଭରୋପୁଲ୍‌ରୁ ଲୁଣ” । “ମାଞ୍ଚେଷ୍ଟର ତନ୍ତୀ ଲୁଗା ବୁଣୁଛନ୍ତି, ତୁମ୍ଭ ମାନଙ୍କ ସକାଶେ, ବୁଡୁ ତନ୍ତୀ ବଂଶ ହେଉ ସର୍ବନାଶ, ଯାଆନ୍ତୁ ସେ ବନବାସେ” । ବର୍ତ୍ତମାନ ଆମ ରାଜ୍ୟରେ ଯୁବବର୍ଗ ଓ ଉଦ୍ୟମୀଙ୍କ ମନରେ ଏହିଭଳି ଆନ୍ଦୋଳିତ ହେଉଥିବା ପ୍ରଶ୍ନ ମୋତେ ଚିନ୍ତିତ କରିଛି ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

Post Views: 6