Onn 3

ବିଶ୍ୱ ରକ୍ତଦାତା ଦିବସ ଅବସରରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା

State

ବାରିପଦା: ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଓଡିଶା ରକ୍ତ କେନ୍ଦ୍ର, ବାରିପଦା ଆନୁକୂଲ୍ୟରେ ବିଶ୍ୱ ରକ୍ତଦାତା ଦିବସ ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ଚିତ୍ରାଙ୍କନରେ 37 ଜଣ ଓ ବକ୍ତୃତାରେ 12 ଜଣ ଅଂଶ ଗ୍ରହଣ କରିଥିଲେ I ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ରକ୍ତଦାନ ଉପରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ବୋଲି ବିଚାରକ ଭାବେ ଯୋଗ ଦେଇଥିବା ଡ଼ଃ ଜ୍ଞାନେନ୍ଦ୍ର ପ୍ରସାଦ ମହାନ୍ତି କହିଥିଲେ I ବିଷୟବସ୍ତୁକୁ ନେଇ ଅତି ସୁନ୍ଦର ଭାବେ ଛାତ୍ରଛାତ୍ରୀ ମାନେ ବକ୍ତୃତା ଓ ଚିତ୍ରାଙ୍କନ ମାଧ୍ୟମରେ ପ୍ରକାଶ କରିଥିଲେ ବୋଲି ଅନ୍ୟତମ ବିଚାରକ ରକ୍ତ ଭଣ୍ଡାର ଅଧିକାରୀ ଡ଼ଃ ସୌମ୍ୟ ରଞ୍ଜନ ନାୟକ ପ୍ରକାଶ କରିଛନ୍ତି I

ରେଡ଼କ୍ରସ ସଦସ୍ୟ ତଥା ରକ୍ତଦାତା ଅମର କୁମାର ସେଠି, ସୋମନାଥ ସିଂହ, ଡ଼ଃ ନିରୋଜ କୁମାର ପୋଥାଳ ଓ ବସନ୍ତ କୁମାର ମହାପାତ୍ର ସମେତ ରକ୍ତ ଭଣ୍ଡାରର ପୁଣ୍ଡାରୀକାକ୍ଷ ଦାସ, ପାର୍ଥସାରଥୀ ମହାନ୍ତ, ସଂସିତା ମହାକୁଡ଼, ବିଷ୍ନୁପ୍ରିୟା ମହାନ୍ତ ଓ ନୀତିଶ କୁମାର ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ପ୍ରକାଶ ଥାଉକି ଚଳିତ ମାସ 14 ତାରିଖ ବିଶ୍ୱ ରକ୍ତଦାତା ଦିବସରେ ସମସ୍ତ ପ୍ରତିଯୋଗୀଙ୍କୁ ଅଂଶଗ୍ରହଣ ପ୍ରମାଣ ପତ୍ର ସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ଡ଼ଃ ନାୟକ ଜଣାଇଛନ୍ତି I