Onn 3

୩୨ ( ଏ. ସି ) ବଡ଼ସାହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ନେତୃତ୍ୱ ବିକାଶ ମିଶନ (LDM ) କାର୍ଯ୍ୟକ୍ରମ

State

ବାରିପଦା : ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମାଲିକାର୍ଜୁନ ଖର୍ଗେ ଓ ନେତୃତ୍ୱ ବିକାଶ ମିଶନ ର ରାଷ୍ଟ୍ରୀୟ ଚେୟାରମ୍ୟାନ କେ. ରାଜୁ ଜିଙ୍କ ନିର୍ଦେଶକ୍ରମେ ରାଜ୍ୟ ସଭାପତି ଶରତ ପଟ୍ଟନାୟକ ଙ୍କ ହାତମୁଠାକୁ ଟାଣ କରି ୯ ରୁ ୯0 ମିଶନ କୁ ସଫଳ କରିବାଉଦେଶ୍ୟରେ ମୟୁରଭଞ୍ଜ ଜିଲ୍ଲା ୩୨ ( ଏ ସି ) ବଡ଼ସାହି ନିର୍ବାଚନ ମଣ୍ଡଳୀର ବେତନଟୀରେ କଂଗ୍ରେସ ନେତୃତ୍ୱ ବିକାଶ ମିଶନ ( LDM ) କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସାଙ୍ଗଠନିକ ଆଲୋଚନା ଓ ଭେଟଘାଟ ଆଗାମୀ ୨0୨୪ ନିର୍ବାଚନ କୁ ଆଖିଆଗରେ ରଖି ନେତୃତ୍ୱ ବିକାଶ ମିଶନର ବଡ଼ସାହି ନିର୍ବାଚନ ମଣ୍ଡଳୀର କୋ- ଲିଡର ତଥା ରାଜ୍ୟ ମିଡ଼ିଆ ସଂଯୋଜକ ଓବିସି ବିଭାଗ ସୁକୁମାର ରଞ୍ଜନ ପ୍ରଧାନଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l

ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ବଡ଼ସାହି ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟ କରୁଥିବା କଂଗ୍ରେସ ଆଶାୟୀ ବିଧାୟକ ପ୍ରାର୍ଥୀ ଗଣେଶ ଚନ୍ଦ୍ର ବେହେରା ସମସ୍ତଙ୍କୁ ଅଭିନନ୍ଦନ ଜଣାଇବାସହିତ କୃତଜ୍ଞତା ଜ୍ଞାପନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଏଲ. ଡି. ଏମ ସଂଯୋଜକ ବଡ଼ସାହି ଗୌରହରୀ ସିଂହ,ବେତନଟୀ ବ୍ଲକ ସଭାପତି କୁଷଧର ବେହେରା, ବଡ଼ସାହି ବ୍ଲକ ସଭାପତି ମନ୍ମଥ ପ୍ରଧାନ ସମେତ ବହୁମାନ୍ୟଗଣ୍ୟ ବରିଷ୍ଠ କଂଗ୍ରେସ ନେତା ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ l