Onn 3

ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱମାନବ ଦିବସ ପାଳିତ

State

ବାରିପଦା: ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସ୍ଥାନୀୟ ମହାରଣୀ ପ୍ରେମ କୁମାରୀ ବାଳିକା ଉଛ ବିଦ୍ୟାଳୟ ଠାରେ ବିଶ୍ୱମାନବ ଦିବସ ପାଳିତ ହୋଇଯାଇଅଛି । ଅନୁଷ୍ଠିତ ଉକ୍ତ ଦିବସ ରେ ମୁଖ୍ୟ ଅତିଥିଭାବେ ଜିଲା ଦୈାରା ଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ପଟ୍ଟନାୟକ ଯୋଗ ଦେଇ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ବିଶ୍ୱ ମାନବ ଦିବସ ବିଷୟରେ ସୂଚନା ପ୍ରଦାନ କରିଥିଲେ । ପ୍ରାଧିକରଣ ସଦସ୍ୟ ପୂନ୍ନେନ୍ଦୁ ଦାସ ଏହି ଦିବସର ଗୁରୁତ୍ୱ ତଥା ଛାତ୍ର ଛାତ୍ରୀ ମାନଙ୍କ ର ଅଧିକାର ସଂପର୍କରେ ଅବଗତ କରାଇଥିଲେ । ପ୍ରାଧିକରଣ ସଚିବ ଶ୍ରୀମତୀ ଶିବାନୀ ଜିଲା ଆଇନସେବା ପ୍ରାଧିକରଣ ର କାର୍ଯ୍ୟକାରୀତା ଉପରେ ଆଲୋକପାତ କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ମାନବ ର ଅଧିକାର ଉପରେ ଗୁରୁତ୍ୱାରୋପ କରିଥିଲେ ।

ଶିକ୍ଷକ ଡ. ଶଶିଧର ବିଶ୍ୱାଳ ଛାତ୍ର ଛାତ୍ରୀ ମାନଙ୍କୁ ଏହି ଦିବସ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ପ୍ରାଧିକରଣ ର ପିଏଲଭି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ତନୁଶ୍ରୀ ଦାସ , ନବମ ଶ୍ରେଣୀ ଛାତ୍ରୀ ଚିନ୍ମୟ ସୁଅର ଏବଂ ଅଷ୍ଟମ ଶ୍ରେଣୀ ଛାତ୍ରୀ ଆଦ୍ୟାଶା ଦାସ କ୍ରମାଗତ ଭାବେ ପ୍ରଥମ , ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର ଗ୍ରହଣ କରି ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ପୁରଷ୍କୃତ ହୋଇଥିଲେ । ସର୍ବ ଶେଷରେ ଡ. ବିଶ୍ୱାଳ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।