Onn 3

ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଛି । ବିଆରଟି ରଣଜିତ୍ ମଲିକଙ୍କ ନେତୃତ୍ୱରେ ସମସ୍ତ ଅର୍ନ୍ତନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ଭିନ୍ନକ୍ଷମ ଛାତ୍ର ଛାତ୍ରୀମାନଙ୍କୁ ଏକ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ପରିକ୍ରମା କରାଯାଇଥିଲା । ପରେ ସମସ୍ତ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ କ୍ରୀଡ଼ା, ନୃତ୍ୟ, ସଂଗୀତ ପ୍ରତିଯୋଗିତା କରାଯାଇଥିଲାବେଳେ କୃତୀ ପ୍ରତିଯୋଗୀ ସମେତ ସମସ୍ତ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ପୁରସ୍କାର ବିତରଣୀ ଉତ୍ସବରେ ବିଆରପି ଗାୟତ୍ରୀ ବଳଙ୍କ ପୌରହିତ୍ୟରେ ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷା ଅଧିକାରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା, ସମ୍ମାନୀତ ଅତିଥି ଭାବେ ସହକାରୀ ଶିକ୍ଷାଧିକାରୀ ତଥା ବିଆରସିସି ଲକ୍ଷ୍ମୀ ନାରାୟଣ ରାଉତ, ସମ୍ମାନୀତ ଅତିଥି ଭାବେ ସିଆରସିସି ନରେନ୍ଦ୍ରନାଥ ବେହେରା, ସୁଶାନ୍ତ କୁମାର ପଣ୍ଡା, ପିତାମ୍ବର ବେହେରା, ଟୁନିଆ ସିଂ, ପବିତ୍ର ଲେଙ୍କା ପ୍ରମୁଖ ଯୋଗ ଦେଇ ଭିନ୍ନକ୍ଷମମାନେ ସମାଜର ମୁଖ୍ୟସ୍ରୋତରେ କିଭଳି ଭାବେ ସାମିଲ ହେବେ ସେଥିପାଇଁ ଉପସ୍ଥିତ ଅଭିଭାବକ ମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ । ଶେଷରେ ବିଆରଟି ଅନୀଳା ଷଢଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।