Onn 3

ଧର୍ମପ୍ରାଣା କୌଶଲ୍ୟା ଦିବ୍ୟାଙ୍କ ସ୍ମୃତି ସଭା

State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ଅଞ୍ଚଳର ସୁନାମଧନ୍ୟ ଚିକିତ୍ସକ ସ୍ୱର୍ଗତଃ ଡ଼ାକ୍ତର ନାରାୟଣ ମିଶ୍ରଙ୍କ ପତ୍ନୀ ଧର୍ମପ୍ରାଣା କୌଶଲ୍ୟା ଦିବ୍ୟାଙ୍କ ଦ୍ୱାଦଶାହ ଦିବସ ଉପଲକ୍ଷେ ନିଜ ସରପଡ଼ା ସ୍ଥିତ ବାସଭବନରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଛି । ଦେବକୀନନ୍ଦନ ମିଶ୍ରଙ୍କ ପୌରହିତ୍ୟରେ ଏଥିରେ ସରପଞ୍ଚ ବିବେକାନନ୍ଦ ଆଚାର୍ଯ୍ୟ, ପୂର୍ବତନ ସମିତିସଭ୍ୟ ରମେଶଚନ୍ଦ୍ର ସ୍ୱାଇଁ, ପୂର୍ବତନ ସରପଞ୍ଚ ରାୟଗୁରୁ ବିଜୟ କିଶୋର ମିଶ୍ର, ରାଜେନ୍ଦ୍ର ମହାନ୍ତି,ଦେବେନ୍ଦ୍ର ସାହୁ, କାମପାଳ କର, ବସନ୍ତ ସାମନ୍ତରାୟ, ଶରତ ସାମନ୍ତରାୟ, କୃଷ୍ଣଚନ୍ଦ୍ର ବେହେରା, ସୁକାନ୍ତ ଷଢଙ୍ଗୀ, ବରଦାପ୍ରସାଦ ଦାଶ, ଭୁବନମୋହନ ମିଶ୍ର, ପ୍ରମୋଦ କୁମାର ପଣ୍ଡା, ବିଜୟ କୁମାର କର, ସଚ୍ଚିଦାନନ୍ଦ ମିଶ୍ର, ପୁରୁଷୋତ୍ତମ ଷଢଙ୍ଗୀ, ବାସନ୍ତୀ ମିଶ୍ର ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପୁତ୍ର ଚିକିତ୍ସକ ପ୍ରକାଶ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।